ଭୁବନେଶ୍ୱର : ରାଜ୍ୟରେ ପୁଣି ବୃଦ୍ଧି ପାଇଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪ ଜଣ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ତେବେ ଖୋର୍ଦ୍ଧାରୁ ୩ ହଜାର ୪୬୯ଟି ନୂଆ କେସ୍ ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧.୨୯ ପ୍ରତିଶତ ରହିଛି । ସୁନ୍ଦରଗଡରୁ ୧ ହଜାର ୪୧୬, କଟକରୁ ୭୬୬ ଓ ସମ୍ବଲପୁରରୁ ୩୦୨ ଓ ବାଲେଶ୍ୱରରୁ ୩୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୨୪ ଘଣ୍ଟାରେ ୭୦ ହଜାର ୯୯୦ ଟେଷ୍ଟିଂ ହୋଇସାରିଛି ।
। ଏବେ ଆକ୍ଟିଭ୍ କେସ୍ ରହିଛି ୮୦ ହଜାର ୯୧୪ । ରାଜ୍ୟରେ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ସଂକ୍ରମିତ ହୋଇଛନ୍ତି ୧ ହଜାର ୬୧ ଜଣ ରହିଛନ୍ତି ।

Views: 252