ଭୁବନେଶ୍ୱର : ଓଡ଼ିଶା ବରିଷ୍ଠ ନାଗରିକ ମହାସଂଙ୍ଘ ନ୍ୟାୟ ସଙ୍ଗତ ଦାବି ସମ୍ପର୍କରେ ବିଭାଗୀୟ ମୁଖ୍ୟ , ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଚିଠି ଏବଂ ସାକ୍ଷାତ ଆଲୋଚନା ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିଲେ ବି କୌଣସି ଗୋଟିଏ ଦାବି ସରକାର ପୂରଣ କରିନାହାଁନ୍ତି । ଶେଷରେ ବାଧ୍ୟ ହୋଇ ମହାସଂଘ ଏବଂ ଅନୁବନ୍ଧିତ ସଂଘ ସମୂହ ୫ ଦଫା ସମ୍ବଳିତ ଦାବିପତ୍ର ନେଇ ସାରା ରାଜ୍ୟରେ ବରିଷ୍ଠ ନାଗରିକ ଗଣ ଧାରଣାରେ ବସିଛନ୍ତି । ମୁଖ୍ୟ ଦାବି ଗୁଡ଼ିକ ହେଲା – ବାର୍ଦ୍ଧକ୍ୟ ଭତ୍ତା ୫୦୦ ରୁ ୨,୦୦୦ ଟଙ୍କାକୁ ବୃଦ୍ଧି କରିବା ସହିତ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ଖାଦ୍ୟ ଶସ୍ୟ ୫ ରୁ ୧୦ କେଜିକୁ ବୃଦ୍ଧି କରାଯିବା ଏକ ମୁଖ୍ୟ ଦାବି । ସମସ୍ତ ବରିଷ୍ଠ ନାଗରିକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହିତ, ଅବସରପ୍ରାପ୍ତ ରାଜ୍ୟ ସରକାର କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ସି.ଜି.ଏଚ.ଏସ. ଅନୁକରଣରେ ସ୍ୱାସ୍ଥ୍ୟ ବୀମା ପ୍ରଦାନ । ମହାସଂଘର ଦୈନନ୍ଦିନ କାର୍ୟ୍ୟ ସମ୍ପାଦନ ପାଇଁ ଏକ ଅଫିସ ଗୃହ ଅଥବା ଜମି ପ୍ରଦାନ କରାଯାଉ । ଏହା ସହିତ ପ୍ରତ୍ୟେକ ରେଜିଷ୍ଟର୍ଡ଼ ସଂଘକୁ ବରିଷ୍ଠ ଭବନ ପାଇଁ ଜାଗା କିମ୍ବା ଗୃହ ଯୋଗାଇଦେବା ସହ କମ୍ୟୁନିଟି ଏବଂ ଡ଼େକେୟାର ସେଣ୍ଟର ପାଇଁ ବ୍ୟବସ୍ଥା କରାଯାଉ । ବରିଷ୍ଠଙ୍କ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଅଲଗା ଧାଡ଼ି ଏବଂ ସ୍ୱତନ୍ତ୍ର ସମୟର ବ୍ୟବସ୍ଥା କରାଯାଉ । ମହାସଂଘର ଦାବି ମୋ ବସରେ ମିଳୁଥିବା ୫୦ ପ୍ରତିଶତ ରିହାତି ସମସ୍ତ ସରକାରୀ ଏବଂ ବେସରକାରୀ ବସରେ ଦିଆଯିବା ପାଇଁ ନିର୍ଦେଶନାମା ଜାରି କରାଯାଉ ।
ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜିରେ ଅନୁଷ୍ଠିତ ଧାରଣାରେ ଶତାଧିକ ବରିଷ୍ଠ ଯୋଗ ଦେଇଥିଲେ । ମହାସଂଘ ସଭାପତି ପ୍ରଫେସର ଡ଼ କୃପାସିନ୍ଧୁ ପଣ୍ଡା , ସାଧାରଣ ସମ୍ପାଦକଙ୍କ ଡ଼ ପି କେ ଦାସଙ୍କ ସମେତ ୫ ଜଣ ପ୍ରତିନିଧି ଏଡ଼ିଏମ୍ ଅଫିସରେ କଲେକ୍ଟରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ମହାସଂଘ ଆଶା କରୁଛି, ସରକାର ଗରିବ ବରିଷ୍ଠଙ୍କୁ ବଞ୍ଚିବାର ଅଧିକାର ପ୍ରଦାନ କରିବେ, ନଚେତ ଆଗାମୀ ଦିନରେ ଏ ଆନ୍ଦୋଳନକୁ ଅଧିକ ବ୍ୟାପକ କରାଯିବ ।
ଗଣ ଧାରଣାରେ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











