The Ultimate Managed Hosting Platform
ADVERTISEMENT

ଗଞ୍ଜେଇ ମାଫିଆଙ୍କୁ ସାଧା ପୋଷାକରେ ଧରିବାକୁ ଆସି ଛେଚା ଖାଇଲେ ପୋଲିସ

Facebook
Twitter
LinkedIn

ଭବାନୀପାଟଣା : ମହଙ୍ଗା ପଡିଲା ସାଦା ପୋଷାକରେ ଚଢ଼ାଉ । ଗଞ୍ଜେଇ ମାଫିଆକୁ ଧରିବାକୁ ଆସି ପୋଲିସ ହଟହଟ୍ଟା । ଚୋର ସନ୍ଦେହରେ ନିସ୍ତୁକ ପିଟିଲେ ଗାଁ ଲୋକ । କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ଟୋଲଗେଟ ନିକଟରେ କଳାହାଣ୍ଡି ପୋଲିସର ଦୁଇ କର୍ମଚାରୀ ଓ ଜଣେ ଡ୍ରାଇଭରକୁ ଅପହରଣକାରୀ ସନ୍ଦେହରେ ନିସ୍ତୁକ ମାଡ଼ ମାରିଛନ୍ତି ସ୍ଥାନୀୟ ବାସିନ୍ଦା । ତୁମୁଡ଼ିବନ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଦୁଇ ପୋଲିସ କର୍ମଚାରୀ ଓ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରମପାଙ୍ଗା ପଞ୍ଚାୟତର ଡୁଙ୍ଗେରୀ ଗାଁର ଜଣେ ଯୁବକକୁ ଗିରଫ କରିବା ପାଇଁ କଳାହାଣ୍ଡି ପୋଲିସ ସେଠାକୁ ଯାଇଥିଲା । ତେବେ ପୋଲିସ କବଳରୁ ଯୁବକ ଜଣକ ଖସି ଦୌଡ଼ି ପଳେଇବା ସହ ବନ୍ଧୁକ ଦେଖାଇ କିଛି ନକଲି ପୋଲିସ ଅପହରଣ କରିବାକୁ ଗୋଡାଉଥିବା ସ୍ଥାନୀୟ ବାସିନ୍ଦାଙ୍କୁ ଜଣାଇଥିଲା । ଯାହାକୁ ନେଇ ଗ୍ରାମବାସୀ କଳାହାଣ୍ଡି ପୋଲିସକୁ ଗୋଡ଼ାଇବା ପରେ ଡୁଙ୍ଗେରୀ ଗାଁରୁ କଳାହାଣ୍ଡି ପୋଲିସ ଖସି ଆସିଥିଲା । କିନ୍ତୁ କୁର୍ତ୍ତମଗଡ଼ ଟୋଲଗେଟ ନିକଟରେ ପୁଣି ସ୍ଥାନୀୟ ବାସିନ୍ଦା କାରକୁ ଅଟକାଇ ପୋଲିସ ଓ ଡ୍ରାଇଭରକୁ ମାଡ଼ ମାରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login