The Ultimate Managed Hosting Platform
ADVERTISEMENT

ଗଞ୍ଜାମରେ ୪ଜଣଙ୍କୁ ନିର୍ମମ ହତ୍ୟା ଘଟଣା

Facebook
Twitter
LinkedIn

ସାନଖେମୁଣ୍ଡି : ଆସିକା-ହିଞ୍ଜିଳକାଟୁ ମୁଖ୍ୟ ରାସ୍ତା ଅବରୋଧ କଲେ ଉତ୍ୟକ୍ତଲୋକେ । ହିଞ୍ଜିଳିରେ ଗୋଷ୍ଠୀ ସଂଘର୍ଷ ଲାଗି ୪ଜଣଙ୍କୁ ହତ୍ୟା ଘଟଣା । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ ।

ଏବେ ସୁଦ୍ଧା ଘଟଣାରେ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସୂଚନା ଅନୁଯାୟୀ, ଏଭଳ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ପିତ୍ତଳ ଛକରେ । ଗୋଟିଏ ପରିବାରର ତିନି ଭାଇ ସହ ତାଙ୍କର ଜଣେ ସମ୍ପର୍କୀୟ ପୁତୁରାଙ୍କୁ ଲୁହା ରଡ଼ ଓ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। କମେଣ୍ଟମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ତେବେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଚାରି ଜଣ ଯାକ ନିଜର ପିତ୍ତଳ ଛକରେ ଥିବା ଫାଷ୍ଟ ଫୁଡ଼ ଦୋକାନରେ ଥିବା ବେଳେ କିଛି ଅଜଣା ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରିଥିଲେ। ସେଠାରେ ହିଁ ସେମାନଙ୍କୁ ହତ୍ୟା କରାଯାଇଥିଲା । ଏନେଇ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ କରିଛନ୍ତି ଉତ୍ୟକ୍ତ ଲୋକେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login