ବ୍ରହ୍ମପୁର : ଗଞ୍ଜାମରେ ବୁଲିଲା ଖଣ୍ଡା । ଫଳରେ ୨ ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଥାନା ତେଲୁଗୁ ନୂଆଗାଁ ନିକଟରେ ସଂଘବଦ୍ଧ ଆକ୍ରମଣ । ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ ସ୍ଥାନାନ୍ତର । ପୂର୍ବ ଶତ୍ରୁତାରୁ ଆକ୍ରମଣ ସୂଚନା । ଅଭିଯୁକ୍ତ ଫେରାର ହୋଇଯାଇଛି । ଗତ ବିଳମ୍ଵିତ ରାତିରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ ଭୀମଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି । ଅଭିଯୋଗ ଅନୁସାରେ ରିଙ୍କି ବେହେରାଙ୍କର କିଛି ପିଲାଙ୍କ ସହ ଝଗଡା ହୋଇଥିଲା। ଏହାକୁ ନେଇ ରିଙ୍କି ଗଞ୍ଜାମ ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ । ସେଠାରୁ ଭୀମଙ୍କ ସହ ଫେରୁଥିବା ବେଳେ ଉଭୟଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ କିଛି ଯୁବକ।
Views: 16