ଗଞ୍ଜାମ : ଦିନିକିଆ ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କବିସୂର୍ଯ୍ୟନଗର ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ଗଞ୍ଜାମ ହେଉଛି କଳା ସଂସ୍କୃତିର ମାଟି । ୩୧୬ କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଲେ । ୧୧ ହଜାର ଲୋକଙ୍କୁ ଗ୍ରାମକଣ୍ଠ ଘରଡିହ ପଟ୍ଟା ବଣ୍ଟନ । ମୁଁ ଚାହେଁ ମା ମାନେ ଉଦ୍ୟୋଗୀ ହୁଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସବୁ ସହଯୋଗ ରାଜ୍ୟ ସରକାର ଯୋଗାଇ ଦେବେ । ୫ ବର୍ଷରେ ୫୦ ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଆଜି ମା ମାନଙ୍କୁ ୨୮୦ କୋଟିରୁ ଅଧିକ ଟଙ୍କାର ରୁଣ ଦିଆଗଲା । ଚାଷୀଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ଯାଏଁ ରୁଣ ଦିଆଯାଉଛି । ୬୩ ହାଇସ୍କୁଲରେ ୪୭ ସ୍କୁଲର ରୂପାନ୍ତରଣ କାମ ସରିଛିା ଡିସେମ୍ବର ସୁଦ୍ଧା ଜିଲ୍ଲାର ସବୁ ସ୍କୁଲର କାମ ସରିବ । ମୁଁ ସବୁବେଳେ ଆପଣଙ୍କ ପାଇଁ କାମ କରୁଛି ଆଉ କରିବି । ଗଞ୍ଜାମକୁ ଦେଶର ୧ନଂ ଜିଲ୍ଲା ପାଇଁ କାମ କରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଅନ୍ୟପଟେ ହିଞ୍ଜିଳି ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ୫୯୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କାମ ଆରମ୍ଭ ହେଲା । ହିଞ୍ଜିଳିରେ ୪ ହଜାର ୫୦୦ରୁ ଅଧିକ ଲୋକ ପଟ୍ଟା ପାଇଲେ । ମିଶ୍ନ ଶକ୍ତିର ମା ମାନେ ଭଲ କାମ କରୁଛନ୍ତି । ମା ମାନଙ୍କୁ ବିନା ସୁଧରେ ରୁଣ ଯୋଗାଇ ଦିଆଯାଉଛି । ୧୫୬ କୋଟିରୁ ଅଧିକ ଟଙ୍କାର ରୁଣ ଦିଆଗଲା । ମା ମାନଙ୍କ ଉନ୍ନତି ହେଲେ ସମାଜର ଉନ୍ନତି ହେବ । ବିଏସକେୱାଇରେ ୫୦ ହଜାରରୁ ଅଧିକ ଲୋକ ଉପକୃତ ହେଲେଣି । ୧୯୦ କୋଟିରୁ ଅଧିକ ଟଙ୍କା ସରକାର ଖର୍ଚ୍ଚ କଲେଣି । ଆପଣଙ୍କ ସହଯୋଗ ଜାରି ରହିଲେ ଗଞ୍ଜାମ ୧ ନଂ ଜିଲ୍ଲା ହୋଇପାରିବେ ।
ଗଞ୍ଜାମକୁ କରିବା ୧ନଂ ଜିଲ୍ଲା : ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି
ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...
ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...
ବଜ୍ରାଘାତରେ ଚାଲିଗଲା ୨ ଚାଷୀଙ୍କ ଜୀବନ
ଚାନ୍ଦବାଲି : ବଜ୍ରାଘାତ ଘଟି ଦୁଇ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।...
ରାଜ୍ୟ ସଭାପତି ପାଇଁ ନାମାଙ୍କନ ଭରିଲେ ମନମୋହନ
ଭୁବନେଶ୍ୱର : ରାଜ୍ୟ ସଭାପତି ପାଇଁ ନାମାଙ୍କନ ଭରିଲେ ମନମୋହନ ସାମଲ । ତେବେ ନିର୍ଦ୍ଧାରିତ ସମୟରେ ଆଉ କେହି ନାମାଙ୍କନ ଭରି ନଥିବାରୁ ମନମୋହନ ଏକମାତ୍ର...