ଭୁବନେଶ୍ୱର : ପ୍ରବଳ ବର୍ଷା ଯୋଗୁ ଗଜପତି ଜିଲ୍ଲାରେ ଏକାଧିକ ସ୍ଥାନରେ ଭୂସ୍ଖଳନ ନେଇ ଚିନ୍ତାବ୍ୟକ୍ତ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଲଘୁଚାପ ପ୍ରଭାବରେ ମାତ୍ରାଧିକ ବର୍ଷା ଧନଜୀବନକୁ ପ୍ରଭାବିତ କରିଛି । କେଉଁଠି ପ୍ରାଣହାନୀ ତ କେଉଁଠି ଲୋକ ନିଖୋଜ ଅଛନ୍ତି । ବନ୍ଦ ରାସ୍ତା ପାଇଁ ଜରୁରୀକାଳୀନ ସେବାରୁ ଅନେକ ଗାଁ ବଞ୍ଚିତ । ବନ୍ୟା ପ୍ରଭାବିତ ଲୋକଙ୍କ ସହ ମୋର ସମବେଦନା ରହିଛି । ସ୍ଥାନୀୟ ଅଧିକାରୀ ତ୍ବରିତ ଉଦ୍ଧାର ଓ ରିଲିଫ୍ କାର୍ୟ୍ୟ ସୁନିଶ୍ଚିତ କରନ୍ତୁ। ପ୍ରଭାବିତ ଅଞ୍ଚଳରେ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି ନବୀନ ପଟ୍ଟନାୟକ।
ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଭୁସ୍ଖଳନ ହେବା ସହ ରାସ୍ତା ଘାଟ ପୋଲ ଧୋଇ ହୋଇ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏହା ସହ ବର୍ଷା ପାଣି ପଶି କେଉଁଠି ଭୁସ୍କଳନ ଘଟି ଜୀବନ ଗଲାଣି ତ କେଉଁଠି ଫସଲ ନଷ୍ଟ ହୋଇଯାଇଛି। ଯାହାକୁ ନେଇ ଗତକାଲି ଠାରୁ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଜପତି ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ରାୟଗଡ ବ୍ଳକ ଅନ୍ତର୍ଗତ ମାର୍ଲଭା ପଞ୍ଚାୟତ ପେକଟ ଗାଁର ଚାଷ ଜମିରୁ ଫେରିବା ବେଳେ ପାହାଡ ଧସି ପାଣି ମାଡି ଆସିବାରୁ ଦୁଇ ଜଣ ନିଖୋଜ ହୋଇ ଥିବା ବେଳେ ରାତ୍ର ହେବା ଯୋଗୁଁ ଉଦ୍ଧାର କାର୍ୟ୍ୟରେ ବାଧା ପ୍ରାପ୍ତ ହୋଇ ଥିଲା। ଆଜି ସକାଳୁ ପୁଣି ଓଡ୍ରାଫ ଟିମ ଅଗ୍ନିଶମ ଯବାନ ଏବଂ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି କରିଥିଲେ। ଏହି ଅବସରରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ପୁଣି ଉକ୍ତ ସ୍ଥାନରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ପରୀପ୍ରେକ୍ଷୀରେ ଅଗ୍ନିଶମ ବିଭାଗ ବ୍ରହ୍ମପୁରର ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ସନ୍ଧାନୀ କୁକୁର ସାହାଯ୍ୟରେ ଅନୁସନ୍ଧାନ ଆରମ୍ଭ କରିଛି ।
ଗଜପତି ଭୂସ୍ଖଳନ ; ଚିନ୍ତାବ୍ୟକ୍ତ କଲେ ନବୀନ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...