The Ultimate Managed Hosting Platform
ADVERTISEMENT

ଗଛରେ ପିଟି ହେଲା ବାଇକ , ଚାଲିଗଲା ବାପ-ଝିଅଙ୍କ ଜୀବନ

Facebook
Twitter
LinkedIn

ବାରିପଦା : ଝିଅକୁ ହଷ୍ଟେଲରୁ ନେଇ ଫେରୁଥିବାବେଳେ ଗଛରେ ପିଟିଲା ବାଇକ୍। ଘଟଣାସ୍ଥଳରେ ବାପା-ଝିଅ ମୃତ, ଗୁରୁତର ପୁଅ ବାରିପଦା ସ୍ଥାନାନ୍ତର । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଉଦଳା ଶରତ ଥାନା ରୁଗୁଡ଼ି ଛକ ନିକଟରେ ।ଗତକାଲି ରୁଗୁଡ଼ି ଗାଁର କୁମାର ମାରାଣ୍ଡି କପ୍ତିପଦା ଥାନା ଜାମୁପଦା ଆଶ୍ରମ ବିଦ୍ୟାଳୟରେ ପଢ଼ୁଥିବା ଝିଅକୁ ନେବା ପାଇଁ ଆସିଥିଲେ । ଭଉଣୀକୁ ନେବା ପାଇଁ ସାଙ୍ଗରେ ଭାଇ ମଧ୍ୟ ଆସିଥିଲା । ତିନି ଜଣ ହସଖୁସିରେ ସାଙ୍ଗରେ ଘରକୁ ଫେରୁଥିଲେ । ତା ପୂର୍ବରୁ ଘରଠାରୁ ମାତ୍ର କେଇ ମିଟର ଦୂରରେ ଭାରସାମ୍ୟ ହରାଇ ଏକ ମହୁଲ ଗଛରେ ବାଡେଇ ହୋଇଥିଲା ବାଇକ । ଫଳରେ ଗାଡ଼ିରେ ଥିବା ବାପା, ପୁଅ ଏବଂ ଝିଅ ସମସ୍ତେ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ବାପା କୁମାର ମାରାଣ୍ଡି ଏବଂ ଝିଅ ସାଲଗେ ମାରାଣ୍ଡିଙ୍କ ମୃତ୍ୟୁ ହୋଇଥିଲା । ପୁଅ ରୁଇଦାସ ମାରାଣ୍ଡିଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଉଦଳା ଡାକ୍ତରଖାନା ଓ ପରେ ବାରିପଦା ସ୍ଥାନାନ୍ତର କରାଯାଇଛି । ଶରତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login