The Ultimate Managed Hosting Platform
ADVERTISEMENT

ମୃତ୍ୟୁ ପୂର୍ବରୁ ଡାଏରୀ ଲେଖି ଗଛରେ ଝୁଲିପଡିଲେ ପାରା ମେଡିକାଲ ଛାତ୍ରୀ

Facebook
Twitter
LinkedIn

ପାଟଣା : ପାରା ମେଡିକାଲ ଛାତ୍ରୀଙ୍କ ମୃତଦେହ ଠାବ । କେନ୍ଦୁଝର ଜିଲ୍ଲା ପାଟଣା କୁଚେଇବେଡ଼ା ଗାଁର ନିକଟରୁ ଠାବ ହୋଇଛି ଛାତ୍ରୀଙ୍କ ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି ।ସୂଚନା ଅନୁଯାୟୀ, ପାରା ମେଡିକାଲ ଛାତ୍ରୀଜଣଙ୍କ ଭୁବନେଶ୍ୱରରେ ରହି ପଢୁଥିଲେ । କିଛି ଦିନ ହେବେ ଘରକୁ ଆସିଥିଲେ । ଶୁକ୍ରବାର ବିଳମ୍ବିତ ରାତି ପର‌୍ୟ୍ୟନ୍ତ ପାଠ ପଢୁଥିଲେ । ହେଲେ ଶନିବାର ସକାଳ ସମୟରେ ଘର ପାଖରେ ଥିବା କୁସୁମ ଗଛରୁ ତାଙ୍କର ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଥିବା ବେଳେ ମୃତଦେହ ନିକଟରୁ ଏକ ଡାଏରୀ ମଧ୍ୟ ଜବତ ହୋଇଛି । ଏହି ଡାଏରୀରେ ସେ ଲେଖିଛନ୍ତି ଯେ, ‘ମୋତେ ଏ ଦୁନିଆ ଆଉ ଭଲ ଲାଗୁନି’ । ସେପଟେ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଆତ୍ମହତ୍ୟାର ପ୍ରକୃତ କାରଣ କ’ଣ ତାହା ଜଣାପଡିନାହିଁ । ଏପରିକି ସେ ତାଙ୍କ ଡାଏରୀରେ ଏପରି କାହିଁକି ଲେଖିଛନ୍ତି । ସେନେଇ ଖୋଳତାଡ଼ କରୁଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login