The Ultimate Managed Hosting Platform
ADVERTISEMENT

ଖୋଲୁଛି ମଦ ସାମ୍ରାଜ୍ୟର ଗୁମର; କୋଟି କୋଟି ଟଙ୍କା ପରେ ଲକରରୁ ମିଳିଲା ବିପୁଳ ସୁନା

Facebook
Twitter
LinkedIn

ଟିଟିଲାଗଡ : ଟିଟିଲାଗଡ ସ୍ଥିତ ଆକ୍ସିସ ବ୍ୟାଙ୍କରେ ଆୟକର ଟିମ । ବ୍ୟାଙ୍କର ୩ଟି ଲକର ଯାଞ୍ଚ କଲା ଆୟକର ଟିମ । ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ପତ୍ନୀ ଆରତିଙ୍କୁ ଆଣି ଯାଞ୍ଚ । ଗୋଟିଏ ଲକରରୁ ବିପୁଳ ପରିମାଣର ସୁନା ଅଳଙ୍କର ଠାବ । ଟିଟିଲାଗଡ ଉତ୍ତଳ ଗ୍ରାମ୍ୟ ବ୍ୟାଙ୍କରେ ବି ଲକର ଯାଞ୍ଚ ।
ଝାଡ଼ଖଣ୍ଡରୁ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କର ଓଡ଼ିଶାରେ ଥିବା ଠିକଣାରେ ରେଡ୍ କରି ୩୫୩ କୋଟି ଟଙ୍କା ଜବତ କରାଯାଇଛି । ଟଙ୍କା ପାହାଡ଼ ପରେ ଏବେ ଆୟକର ବିଭାଗ ହାତରେ ଲାଗିଛି ବିପୁଳ ସୁନାର ସନ୍ଧାନ । ଗତକାଲି ଆୟକର ବିଭାଗ ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ପତ୍ନୀକୁ ଧରି ଟିଟିଲାଗଡ଼ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଓ ଟିଟିଲାଗଡ଼ ସ୍ଥିତ ଆକ୍ସିସ ବ୍ୟାଙ୍କ ଲକର ଯାଞ୍ଚ କରାଯାଇଥିଲା । ଆକ୍ସିସ ବ୍ୟାଙ୍କର ୩ଟି ଲକର ମଧ୍ୟରୁ ଗୋଟିଏ ଲକରରୁ ମିଳିଛି ପୁଳାପୁଳା ସୁନା। ୧୭ କିଲୋ ସୁନା ମିଳିଥିବା ସୂଚନା ରହିଛି । ସେସବୁ ବ୍ୟାଗରେ ବନ୍ଧା ହୋଇ ରହିଥିଲା ।
ଆଜି ଆଉ କିଛି ଲକରରେ ଯାଞ୍ଚ କରିବା ନେଇ ସୂଚନା ରହିଛି । ବଲାଙ୍ଗିର ସୁଦପଡ଼ାରେ ଥିବା ମଦଭାଟିରୁ ଜବତ ଲାପଟପ୍, ହାର୍ଡଡିସ୍କ ଓ ଡାଏରୀରୁ ମିଳିପାରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ସେସବୁର ଯାଞ୍ଚ ବି କରୁଛି ଆୟକର ବିଭାଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login