The Ultimate Managed Hosting Platform
ADVERTISEMENT

ଖୋଲିଲା ହୀରାକୁଦ ଡ୍ୟାମର ୮ଟି ଗେଟ

Facebook
Twitter
LinkedIn

ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ୮ଟି ଗେଟ ଖୋଲିଲା । ମୋଟ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି । ପୂର୍ବରୁ ଗତକାଲି ଦୁଇଟି ଗେଟ ଖୋଲା ଥିଲା । ହୀରାକୁଦର ଉପରମୁଣ୍ଡରେ ବର୍ଷା ଯୋଗୁ ଗେଟ ଖୋଲାଯାଇଛି। ବାମରୁ ୬ଟି ଓ ଡାହାଣରୁ ୪ଟି ଗେଟ୍ ଖୋଲା ରହିଛି। ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୭୧ ଘନଫୁଟ ରହିଥିବା ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ।ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୨ ହଜାର ୭୨ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୭୨ ହଜାର ୧୯୦ କ୍ୟୁସେକ ଜଳ। ପାଣିପାଗ ବିଭାଗ ସୂଚନା ଅନୁସାରେ ବଡ଼ ବର୍ଷାର ସମ୍ଭାବନା ଥିବାରୁ ଜଳଭଣ୍ଡାରର ଜଳସ୍ତର ସ୍ଥିର ରଖିବାକୁ ଗେଟ ଖୋଲାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login