ନୂଆଦିଲ୍ଲୀ : ଇସ୍ରାଏଲ-ହମାସ୍ ଯୁଦ୍ଧ ଏବେ ଅନେକ ଲୋକଙ୍କ ପାଇଁ ଦୁଃଖ ଆଣିଦେଇଛି । ଗାଜାରେ ରହୁଥିବା ପାଲେଷ୍ଟାଇନବାସୀଙ୍କ ପାଇଁ ଇଜିପ୍ଟ ଶେଷରେ ଖୋଲିଛି ନିଜର ସୀମା। ଇଜିପ୍ଟ ଗାଜା ସୀମା ଖୋଲିବା ମାତ୍ରେ ପାଲେଷ୍ଟାଇନ ନାଗରିକମାନଙ୍କ ପାଖରେ ଖାଦ୍ୟ ଓ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବା ଆରମ୍ଭ ହୋଇଛି। ଏହାଦ୍ୱାରା ଯୁଦ୍ଧ ପୀଡିତଙ୍କୁ ବଡ଼ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।
ମିଳିତ ଜାତିସଂଘ, ଆମେରିକା ଏବଂ ଭାରତ ସମେତ ଅନେକ ଦେଶ ତରଫରୁ ପାଲେଷ୍ଟାଇନ ନାଗରିକଙ୍କ ପାଇଁ ରିଲିଫ ସାମଗ୍ରୀ ପଠାଯାଇଛି। କିନ୍ତୁ ଗାଜାରେ ପ୍ରବେଶ କରିବାର ରାସ୍ତା ନ ମିଳିବାରୁ ଶହ ଶହ ଟ୍ରକ ସୀମାରେ ଅଟକି ରହିଥିଲା। ବର୍ତ୍ତମାନ ଇଜିପ୍ଟ ମାନବିକତା ଦୃଷ୍ଟିରୁ ଗାଜା ସୀମା ଖୋଲି ଦେଇଛି।ସୂଚନା ଅନୁସାରେ, ଇଜିପ୍ଟ ଏବଂ ଗାଜା ସୀମା ଶନିବାର ଖୋଲା ଯାଇଛି, ଯାହାପରେ ଇସ୍ରାଏଲ ଘେରାଉ କରିଥିବା ଅଞ୍ଚଳରେ ଖାଦ୍ୟ, ଔଷଧ ଏବଂ ଜଳ ଅଭାବରେ ଜୁଝି ହେଉଥିବା ପାଲେଷ୍ଟାଇନବାସୀଙ୍କୁ ସହାୟତା ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି। କହି ରଖୁଛୁ ଯେ ଗାଜା ଯିବା ପାଇଁ ୨୦୦ରୁ ଅଧିକ ଟ୍ରକ୍ ପାଖାପାଖି ୩,୦୦୦ ଟନ୍ ସହାୟତା ସାମଗ୍ରୀ ଧରି ଅନେକ ଦିନ ଧରି ସୀମାରେ ଅପେକ୍ଷା କରି ରହିଥିଲେ।
ଖୋଲିଲା ଗାଜା ସୀମା , ପାଲେଷ୍ଟାଇନ ବାସୀଙ୍କ ପାଖରେ ପହଁଚିଲା ଖାଦ୍ୟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











