ସମ୍ବଲପୁର : ଆଜି ଅପରାହ୍ନ ୪ଟାରେ ଖୋଲିବ ହୀରାକୁଦ ଡ୍ୟାମର ୨ଟି ଗେଟ । ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା ଥିବାରୁ ନିଷ୍ପତ୍ତି । ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୧୦ ଫୁଟ । ଲଗାଣ ବର୍ଷା ଯୋଗୁଁ ଉଭୟ ପାର୍ଶ୍ବର ଗୋଟିଏ ଲେଖାଏଁ ଗେଟ୍ ଖୋଲାଯିବା ସୂଚନା ଦେଇଛନ୍ତି ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଫୁଲୁଛି ଜଳଭଣ୍ଡାର। ଫଳରେ ୨ଟି ଗେଟ୍ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି।
Views: 78