ବ୍ୟୁରୋ : ସକାଳୁ ଉଠିବା ପରେ ହାଲୁକା ଉଷୁମ ହଳଦୀ ପାଣି ସେବନ କରିବା ଦ୍ୱାରା ଆପଣଙ୍କର ପେଟ ଏବଂ ଛାତି ଜଳା ପୋଡ଼ା କମ ହୋଇଥାଏ । କିଛି ଲୋକମାନେ ମଧ୍ୟ ରାତିରେ ଅଧିକ ଖାଦ୍ୟ ଖାଇବା କାରଣରୁ ସକାଳୁ ଉଠିବା ପରେ ଛାତି ଜଳା ପୋଡ଼ା ହେବା ଭଳିଲାଗିଥାଏ । ଏହି ସମୟରେ ହଳଦୀ ପାଣି ସେବନ କରିବା ଦ୍ୱାରା ଆରାମ ମିଳିଥାଏ। ଯେଉଁ ଲୋକମାନଙ୍କର ସର୍ବଦା ଏସିଡିଟି ଏବଂ ଛାତି ଜଳିବାର ସମସ୍ୟା ରହିଛି ସେହି ବ୍ୟକ୍ତିମାନେ ସର୍ବଦା ହଳଦୀ ପାଣି ସେବନ କରିବା ଉଚିତ। ଏକ ସପ୍ତାହ ମଧ୍ୟରେ ଆପଣ ଏହାର ପ୍ରଭାବ ଦେଖିବାକୁ ପାଇବେ।ସକାଳୁ ଖାଲି ପେଟରେ ହଳଦୀ ପାଣି ସେବନ କରିବା ଦ୍ୱାରା ଆମର ପାଚନ ଶକ୍ତି ମଜବୁତ ହୋଇଥାଏ । ଏହା ସେବନ କରିବା ଦ୍ୱାରା ପେଟ ସଫା ରହିଥାଏ ଏବଂ ଭୋକ ମଧ୍ୟ ଲାଗିଥାଏ । ଏହା ବ୍ୟତୀତ ହଳଦୀ ଅତ୍ୟଧିକ ମୋଟାପଣ ଏବଂ କୋଲେଷ୍ଟ୍ରଲର ମାତ୍ରାକୁ କମ୍ କରିଥାଏ ।ଗଣ୍ଠି ଜନିତ ସମସ୍ୟା ଥିବା ଲୋକମାନଙ୍କ ପାଇଁ ହଳଦୀ ପାଣି ବହୁତ ଫଳପ୍ରଦ ହୋଇଥାଏ । ହଳଦୀ ଗଣ୍ଠି ଯନ୍ତ୍ରଣାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।ହଳଦୀ ସେବନ କରିବା ଦ୍ୱାରା ମଧୁମେହ ରୋଗକୁ ନିୟନ୍ତ୍ରଣ କରିଥାଏ । ଏହା ବ୍ୟତୀତ ହଳଦୀ ପାଣି କିଡନି ପାଇଁ ଲାଭକାରୀ ହୋଇଥାଏ ।
ଖାଲି ପେଟରେ ହଳଦୀ ପାଣି ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











