ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ପାର୍ବଣ । ପାର୍ବଣରେ ଜମୁଛି ଖାଦ୍ୟର ପସରା । ଭଳିକି ଭଳି ରଙ୍ଗର ଖାଦ୍ୟ ବିକ୍ରି କରାଯାଉଛି । ଇଣ୍ଡିଆନ ଠୁ ନେଇ ଚାଇନିଜ ଯାଏଁ ଖାଦ୍ୟ ଗ୍ରାହକଙ୍କ ପାଇଁ ରହୁଛି ତେଣୁ । ଏହାକୁ ନଜରରେ ରଖି ଖାଦ୍ୟର ମାନ ଯାଞ୍ଚ କରୁଛି ବିଏମସି। ଖାଦ୍ୟ ଦୋକାନର ମାନ ଯାଞ୍ଚ ନେଇ ବିଏମସି ଚଢ଼ାଉ କରିଛି। ବିଭିନ୍ନ ସ୍ଥାନରେ ବିଏମସିର ଫୁଡ୍ ଏନଫୋର୍ସମେଣ୍ଟ ଟିମ୍ ଦ୍ବାରା ଏହି ଚଢାଉ କରାଯାଇଛି। ଏହି ଚଢାଉ ସମୟରେ ୧ କ୍ଵିଣ୍ଟାଲରୁ ଅଧିକ ଖାଦ୍ୟ ନଷ୍ଟ କରାଯାଇଛି। ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଥିବା ୮୦ରୁ ୯୦ ଖାଦ୍ୟ ଦୋକାନ ଯାଞ୍ଚ କରାଯାଇଥିଲା। ବିଭିନ୍ନ ଦୋକାନରେ ବିକ୍ରି ହେଉଥିବା ଅସ୍ବାସ୍ଥ୍ୟକର ୬୦ରୁ ୭୦କେଜି ଖାଦ୍ୟକୁ ନଷ୍ଟ କରାଯାଇଛି।
Views: 87