ମାଆ ଠାରୁ ବଡ ଆଊ ଓ ହୁନିଆରେ କେହି ନାହିଁ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ମଣିଷ ହେଉ କି ପଶୁ ନିଜ ଛୁଆ ପାଇଁ ସେ ସବୁବେଳେ ସୁରକ୍ଷା ଦିଏ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିପାଇଁ ଆମେ ଏମିତି କହୁଛୁ । ଛୁଆ ହାତୀ ଖାଇରେ ପଡ଼ିଯିବାରୁ ମା’ ହାତୀ ଜଗି ରହିଛି । ମା’ ହାତୀ ମନରେ କେତେ ଯେ ଯନ୍ତ୍ରଣା ଆମେ କଳ୍ପନା ବି କରି ପାରିବାନି । ତା ଛୁଆ ଅସୁସ୍ଥ ହୋଇପଡ଼ିଛି । ଛୁଆର ଏପରି ଅବସ୍ଥାରେ ମା’ ଛୁଆକୁ ସାହାଯ୍ୟ କରିପାରୁନି । ତା ଛୁଆକୁ କେହି ଉଦ୍ଧାର କରିବା ପାଇଁ ମା’ ହାତୀ ଅନେଇ ବସିଛି ।ତୀ ଛୁଆ ଖାଇରୁ ବାହାରିବାକୁ ଅସମର୍ଥ ତେଣୁ ମା’ ହାତୀ ଛୁଆର ପାଖ ଛାଡ଼ି ଯାଉନି । ସେପଟେ ଗୋଠ ହାତୀ ବି ଖାଇ ପାଖପାଖ ଅଞ୍ଚଳରେ ରହିଛନ୍ତି । ତେଣୁ ଉଦ୍ଧାର କାର୍ୟ୍ୟ ବି ଆରମ୍ଭ ହୋଇ ପାରିନି ।୧୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହୋଇଯିବଣି ମା’ ଛୁଆ ଖାଇବାକୁ ନପାଇ ଦୁର୍ବଳ ହୋଇପଡ଼ିଛି । ମୟୁରଭଞ୍ଜ କରଞ୍ଜିଆ ବନଖଣ୍ଡର ସରୁବାଲି ଗାଁ ଜଙ୍ଗଲ ନିକଟରେ ଥିବା ଏକ ମୁରୁମ ଖାଇରେ ଗତ କାଲି ରାତି ୧୨ ରୁ ପଡି ରହିଛି ଛୁଆ ହାତୀ । ନିକଟରେ ମାଆ ହାତୀ ଏବଂ ଅନ୍ୟ ଗୋଠ ହାତୀ ଥିବାରୁ ୧୨ ଘଣ୍ଟା ପରେ ବି ରେସ୍କ୍ୟୁ ଅପରେସନ କରି ପାରୁନି ବନବିଭାଗ । ଛୁଆ ହାତୀକୁ ଚିକିତ୍ସା ପାଇଁ ଶିମିଳିପାଳ, କରଞ୍ଜିଆ ଏବଂ କେନ୍ଦୁଝରରୁ ପହଁଚିଛନ୍ତି ଡାକ୍ତର ଟିମ । ମା ହାତୀକୁ ଘଉଡ଼େଇବା ପରେ ବନ ବିଭାଗ ରେସ୍କୁ ଅପରେସନ କରିବ ବୋଲି ଜଣା ପଡ଼ିଛି ।
ଖାଇରେ ପଡିଯାଇଛି ହାତୀ ଛୁଆ, ପାଖରେ ଜଗି ରହିଛି ମାଆ

Facebook
Twitter
LinkedIn
Facebook
Twitter
LinkedIn
Recent News
ଶ୍ରୀମନ୍ଦିରରେ ହେବ ୱାକିଟକି ବ୍ୟବସ୍ଥା : ଗିରୀଶ
ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ ଫୋନ ।କୈାଣସି ପୋଲିସ କି ସେବାୟତ ବି ନେଇ ପାରିବେନି ମୋବାଇଲ । ଆଗକୁ ୱାକିଟକି ବ୍ୟବସ୍ଥା...
୧୬ରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ
ନୂଆପଡା : ଆସନ୍ତା ୧୬ ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କର ଦାଖଲ ବେଳେ ଉପସ୍ଥିତ ରହିବେ ।...
e-KYC କରି ନ ଥିଲେ ମିଳିବନି ଚାଉଳ ; ମନ୍ତ୍ରୀ
ଭୁବନେଶ୍ୱର : e-KYC କରି ନ ଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।...
MKCGରେ ଇଣ୍ଟର ମିଟ୍ ; ୩ ଛାତ୍ର ଆହତ
ବ୍ରହ୍ମପୁର : ଏମକେସିଜିରେ ଇଣ୍ଟର ମେଡିକାଲ ମିଟ ବେଳେ ୩ ଛାତ୍ର ଆହତ । କଟକ ଏସସିବିର ୩ ଛାତ୍ର ଉତ୍ସବ ପାଳନ ବେଳେ ଆହତ ।...