ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ହରିପୁର ଗାଁରେ ବୋମାମାଡ । ବୋମାମାଡରେ ୨ ଆହତ । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତା କାରଣରୁ ଏହି ବୋମାମାଡ ହୋଇଥିବା ଜଣାଯାଇଛି। ପୂର୍ବ ଶତ୍ରୁତାରୁ ବୋମାଡ , ଘଟଣା ପରଠୁ ଜଣେ ନିଖୋଜ । ଆଜି ସକାଳେ ଦୁଇଟି ବାଇକରେ କିଛି ଦୁବୃର୍ତ୍ତ ଆସି ବୋମାମାଡ଼ କରିଥିବା ସୂଚନା ମିଳିଛି। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଆକ୍ରମଣକାରୀଙ୍କୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି। ଗାଁରେ ପହଁଚିଲା ପୋଲିସ , ଆକ୍ରମଣକାରୀଙ୍କୁ ଧରିବାକୁ ପ୍ରୟାସ ।
Views: 79