ଭୁବନେଶ୍ୱର : ସ୍ୱାସ୍ଥ୍ୟବସ୍ଥାକୁ ନେଇ ପ୍ରଚାରିତ ଖବର ଗୁଜବ କହିଲେ ଜୁଏଲ ଓରାମ । କେନ୍ଦ୍ର ମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ଏବଂ ତାଙ୍କ କାମ କରୁଛନ୍ତି । ତାଙ୍କ ନାମରେ ଗୁଜବ ପ୍ରଚାରିତ ହେଉଛି । ଗୁଜବ ଉପରେ ଧ୍ୟାନ ନ ଦେଇ ସତ୍ୟତା ଉପରେ ବିଶ୍ବାସ କରିବାକୁ ସମସ୍ତଙ୍କୁ ଅପିଲ୍ କରିଛନ୍ତି ।ପ୍ରଚାରିତ ଖବର ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଗୋଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିବା ହଠାତ୍ ଟ୍ରେନ ସିଟରୁ ଅଚାନକ କୁଆଡ଼େ ଚାଲିଯାଇଥିଲେ । କେନ୍ଦ୍ର ମନ୍ତ୍ରୀ ଭୋର୍ ୩.୪୫ ସମୟରେ ଦମୋହ ଷ୍ଟେସନରେ ଓହ୍ଲାଇଥିଲେ । ଓହ୍ଲାଇବା ବେଳେ ତାଙ୍କର ସୁଗାର ଲେବଲ କମି ଯାଇଥିଲା । ଫଳରେ ଚଳନ୍ତା ଟ୍ରେନରେ ଚଢୁ ଚଢୁ ମନ୍ତ୍ରୀଙ୍କ ପାଦ ଖସି ଯାଇଥିଲା । ତାଙ୍କ ହାତ, ଗୋଡ଼ରେ ଆଘାତ ଲାଗିଥିଲା । ଠିକ୍ ସେହି ସମୟରେ ଅନ୍ୟ ପ୍ଲାଟଫର୍ମରେ ସଂପର୍କ କ୍ରାନ୍ତି ଏକ୍ସପ୍ରେସ୍ ଆସୁଥିବା ଦେଖି ଜୁଏଲ ଉକ୍ତ ଟ୍ରେନରେ ଚଢ଼ି ଯାଇଥିଲେ । ୩ ଘଣ୍ଟାର ଖୋଜାଖୋଜି ପରେ ୧୬୨ କି.ମି ଦୂର ସିହୋରା ଷ୍ଟେସନରେ ମନ୍ତ୍ରୀଙ୍କୁ ଖୋଜି ପାଇଥିଲେ ରେଲୱେ କର୍ମଚାରୀ ଆଇ କେନ୍ଦ୍ରମନ୍ତ୍ରୀ ସଂପର୍କ କ୍ରାନ୍ତି ଏକ୍ସପ୍ରେସର କୋଚ୍ ନମ୍ବର ବି-୩ ରେ ବର୍ଥ ନମ୍ବର ୫୭ ରେ ବସିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ପ୍ରଶଂସକ ଚିନ୍ତାରେ ପଡିଯାଇଥିଲେ । ହେଲେ ମନ୍ତ୍ରୀ ନିଜେ ଟ୍ବିଟ୍ କରି ଏଭଳି ଗୁଜବରୁ ଦୂରେଇ ରହିବାକୁ ସମସ୍ତଙ୍କୁ କହିଛନ୍ତି ।
ଖବର ଗୁଜବ, ମୁଁ ସୁସ୍ଥ : ଜୁଏଲ ଓରାମ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











