The Ultimate Managed Hosting Platform
ADVERTISEMENT

ଖଣି ଅଧିକାରୀଙ୍କ ଠାରୁ ଟ୍ରକ ଛଡାଇନେଲେ ମାଫିଆ

Facebook
Twitter
LinkedIn

ସୋର : ଖଣି ଅଧିକାରୀଙ୍କୁ ଧମକ ଦେଇ ଜବତ ୩ ଟ୍ରକ ଛଡାଇନେଲେ ମାଫିଆ । ଅଧିକାରୀଙ୍କ ଗାଡି ଜାଳିଦେବାକୁ ମାଫିଆଧମକ ଦେଇଥିବା ଅଭିଯୋଗ । ବାହନଗା ଦାଣ୍ଡହରିପୁର ଗାଁରୁ ଚୋରା ପଥର ଟ୍ରକ ଜବତ କରିଥିଲେ ଅଧିକାରୀ । କନିଷ୍ଠ ଖଣି ଅଧିକାରୀଙ୍କ ପକ୍ଷରୁ ସୋର ଥାନାରେ ଏତଲା ଦିଆଯାଇଛି । ପୋଲିସ ପକ୍ଷରୁ ତଦନ୍ତ ଚାଲିଛି । ଖଣି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଗାଁର କିଛି ଯୁବକ, ଟ୍ରକ ମାଲିକ ଓ ପଥର ମାଫିଆ ମିଳିତ ଭାବେ ସୋର ଖଣି କନିଷ୍ଠ ଅଧିକାରୀ ଜଗନ୍ନାଥ ଦାସ, ସମ୍ବିତ କୁମାର ମଣି ଓ ବୋଲେରୋ ଡ୍ରାଇଭର ନିରଞ୍ଜନ ମହାଳିକଙ୍କୁ ଧମକଚମକ ଦେବା ସହ ଗଣ୍ଡଗୋଳ କରିଥିଲେ । ଏଥିସହ ଖଣି ବୋଲେରୋକୁ ପୋଡ଼ିଦେବାକୁ ଧମକ ଦେଇଥିଲେ । ଖଣି ବିଭାଗ ଅଧିକାରୀଙ୍କ ଠାରୁ ତିନୋଟି ବେଆଇନ ପଥର ବୋଝେଇ ଟ୍ରକକୁ ଛଡ଼ାଇ ନେଇଥିଲେ । ଏନେଇ ଖଣି ବିଭାଗ ପକ୍ଷରୁ ସୋର ଥାନାରେ ଅଭିଯୋଗ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login