କୋଇଡା : ଖଣିରୁ ମାଟି ଅତଡା ଖସି ୩ ଜଣଙ୍କର ଚାଲିଗଲା ଜୀବନ । ଯୋଡା ଥାନା ବିଛାକୁଣ୍ଡି ଦଲପାହାଡ ନିକଟରେ ଅଘଟଣ । ଗତକାଲି ଖଣିରେ ମାଟି ଅତଡା ଖସି ଚାପି ହୋଇଯାଇଥିଲେ । ୬ ଘଣ୍ଟା ପରେ ଉଦ୍ଧାର ହେଲା ୩ ଜଣଙ୍କ ମୃତଦେହ । ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡ଼ା ଖସି ପଡ଼ିଥିଲା । ତିନି ଜଣ ଶ୍ରମିକ ମାଟି ତଳେ ଚାପି ହୋଇଯାଇଥିଲେ । ଏହାପରେ ତୁରନ୍ତ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଥିଲା । ତେବେ ବର୍ଷା ଓ ଅନ୍ଧାର ଯୋଗୁଁ ରେସକ୍ୟୁ ଅପରେସନ ବାଧାପ୍ରାପ୍ତ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
Views: 20