କଟକ : ଏସଆଇ ନିଯୁକ୍ତିରେ କେଳେଙ୍କାରୀ । ଗତକାଲି ‘ବଣିକ’ ଉପରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ । କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ‘ବଣିକ’ ର ୩ ଅଧିକାରୀ ହାଜର । ପୋଲିସ ଏସଆଇ ନିଯୁକ୍ତି ଘୋଟାଲାରେ ‘ବଣିକ’ ର ଲିଙ୍କ ନେଇ ତନାଘନା । ୩ ଜଣଙ୍କୁ ହାଜର ହେବାକୁ ନୋଟିସ କରିଥିଲା କ୍ରାଇମବ୍ରାଞ୍ଚ । ତାହା ଅନୁଯାୟୀ ଆଜି ‘ବଣିକ’ର ଉକ୍ତ ୩ କର୍ମଚାରୀ କ୍ରାଇମ୍ବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି। ସେମାନଙ୍କୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଜେରା କରାଯାଉଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। କିନ୍ତୁ ଏବେ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ‘ବଣିକ’ର ଅଡ଼ୁଆ ବଢ଼ିଯାଇଛି। ବଣିକ’ର ଆଉ କିଛି କର୍ମଚାରୀଙ୍କୁ ବି ଜେରା ଲାଗି କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଡକାଯାଇପାରେ ବୋଲି କୁହାଯାଉଛି। କ୍ରାଇମବ୍ରାଞ୍ଚ ଡିଏସ୍ପି ନରେନ୍ଦ୍ର ବେହେରା କହିଥିଲେ, ୧୦ ଜଣଙ୍କ ବୟାନ ଆଧାରରେ ଏହି ଚଢ଼ଉ କରାଯାଇଛି। ଗତକାଲି ଚଢ଼ଉ ସମୟରେ ୬ ଜଣକ ବାବଦରେ ତଥ୍ୟ ଏକାଠି କରିଥିଲା ଟିମ୍। ବଣିକ ଇନଷ୍ଟିଚ୍ୟୁଟ୍ ରେ ଏସଆଇ ଆଶାୟୀମାନେ ଟ୍ରେନିଂ ନେଇଥିଲେ କି ନାହିଁ, ସେନେଇ ଖୋଳତାଡ଼ କରୁଛି ଟିମ୍ଓ ସର୍ଭର ଡାଉନ ଥିବାରୁ ଡାଟା ରିକଭରି କରିବା କଷ୍ଟ ହୋଇଛି। କିନ୍ତୁ ସମସ୍ତ ଡାଟା ନେଇ ସାରିବା ପରେ କ୍ରାଇମବ୍ରାଞ୍ଚ ଟିମ୍ ଫେରିବ ବୋଲି ସେ କହିଥିଲେଓ
କ୍ରାଇମବ୍ରାଞ୍ଚରେ ‘ବଣିକ’ ଅଧିକାରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











