କୋଲକାତା : ଦେଶବ୍ୟାପୀ ଜାରି ରହିଛି ଆନେ୍ଦାଳନ । କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଡାକ୍ତରୀ ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ସାରା ଦେଶ ସ୍ତବ୍ଧ । ଦେଶର ବିଭିନ୍ନ ସ୍ଥାନରେ ଜାରି ପ୍ରତିବାଦ ଆନ୍ଦୋଳନ। ଡାକ୍ତର ସଂଘ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର ହେଲା ବୋଲି ଗତକାଲି ଘୋଷଣା କରାଯାଇଥିଲେ ବି ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛି ଦିଲ୍ଲୀ ଏମସ ଆବାସିକ ଡାକ୍ତର ସଂଘ। ଫଳରେ ଆଜି ଦିଲ୍ଲୀ, ମୁମ୍ବାଇ ସମେତ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି। ଗତକାଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଗଲା ବୋଲି କହିଥିଲା ଆବାସିକ ଡାକ୍ତର ସଂଘ ବା ଫୋର୍ଡା । ଏହା ସହ ମେଡିକାଲ କର୍ମଚାରୀଙ୍କ ଉପରେ ହେଉଥିବା ଆକ୍ରମଣକୁ ପ୍ରତିହତ କରିବା ଲାଗି କେନ୍ଦ୍ରୀୟ ସ୍ବାସ୍ଥ୍ୟସେବା ସୁରକ୍ଷା ଆଇନ ଲାଗୁ କରାଯିବ ବୋଲି କହିଥିଲେ ନଡ୍ଡା। ସେପଟେ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛି ସର୍ବଭାରତୀୟ ମେଡିକାଲ ସଂଘ ବା ଏଫଏଆଇଏମଏ। ସେହିପରି ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ମହାରାଷ୍ଟ୍ର ଆବାସିକ ଡାକ୍ତର ସଂଘ, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଜୁନିଅର ଡାକ୍ତର ସଂଘ, ପାଟନା, ଭବୁନେଶ୍ବର, ଋଷିକେଶ, ମଙ୍ଗଳଗିରି ଏମସ ଡାକ୍ତର ସଂଘ, ବେଙ୍ଗାଲୁରୁ ନିମହାନ୍ସ, ପିଜିଆଇ ଚଣ୍ଡୀଗଡ଼, କେଜିଏମୟୁ ଲକ୍ଷ୍ମୌ ଆଦି ଡାକ୍ତର ସଂଘ ପକ୍ଷରୁ ଆନ୍ଦୋଳନ ଚାଲିବ ବୋଲି ଘୋଷଣା କରାଯାଇଛି।
କୋଲକତା ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦେଶବ୍ୟାପୀ ଆନେ୍ଦାଳନ ଜାରି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











