The Ultimate Managed Hosting Platform
ADVERTISEMENT

କୋଟିପତି ହେଲେ ମତ୍ସ୍ୟଜୀବୀ , ଜାଲରେ ପଡିଲା ଇଲିଶି

Facebook
Twitter
LinkedIn

ପାରାଦୀପ : କୋଟିପତି ହେଲେ ମତ୍ସଜୀବୀ ଜାଲରେ ପଡିଲା ଇଲିଶି । ବର୍ଷା ଦିନେ ଇଲିଶି ମାଛ ଖାଇବାକୁ ଲୋକେ ଅନେଇ ବସିଥାନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ସମ୍ଭବ ହେଲାନି । ହେଲେ ଶୁକ୍ରବାର ଦିନ ଅଦିନରେ ପାରାଦୀପରୁ ମତ୍ସ୍ୟଜୀବୀମାନେ ପ୍ରାୟ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଇଲିଶି ମାଛ ଧରିଛନ୍ତି । ତେବେ ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ବାଲିପ୍ଲଟ୍ ମାଛ ମାର୍କେଟ୍‌ରେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୋଟିଏ ଡଙ୍ଗା ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ଗଭୀର ସମୁଦ୍ର ମଧ୍ୟରେ ଜାଲରେ ଇଲିଶି ଲାଗିଥିଲେ । ତେବେ ଏତେ ପରିମାଣରେ ଇଲିଶି ଏଭଳି ଅସମୟରେ ଦେଖିବା ମତ୍ସ୍ୟଜୀବୀଙ୍କ ପାଇଁ ପ୍ରଥମ ଥର ଥିଲା । ଜାଲକୁ ମାଛମାନେ ଛିଣ୍ଡାଇଦେବା ଭଳି ସ୍ଥିତି ଜଣାପଡ଼ିବା ପରେ ଉକ୍ତ ମତ୍ସ୍ୟଜୀବୀ ଅନ୍ୟ କିଛି ଡଙ୍ଗାକୁ ପାଖକୁ ଡାକିଥିଲେ । ପ୍ରାୟତଃ ସବୁ ଡଙ୍ଗାରେ ବିପୁଳ ପରିମାଣରେ ଇଲିଶି ଲାଗିଥିଲା ।ତେବେ ରାତି ତମାମ୍ ଇଲିଶି ବୁହା ହୋଇ ବାଲିପ୍ଲଟ୍‌କୁ ଆସିଥିଲା । ତେବେ ମାଛଗୁଡ଼ିକ ପ୍ରାୟ ୧ କିଲୋରୁ ଆରମ୍ଭ କରି ୩ କିଲୋ ପର‌୍ୟ୍ୟନ୍ତ ଓଜନ ଥିବା ଜଣାପଡ଼ିଛି । ଏହାର ଦର କିଲୋ ପ୍ରତି ୨ ହଜାରୁ ୪ ହଜାର ଟଙ୍କା ରହିଛି । ଓଡ଼ିଶା ମାର୍କେଟରେ ସେଭଳି ଅଧିକ ଖରିଦଦାର ନଥିବାରୁ ବିକିବା ସମ୍ଭବ ନୁହେଁ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି । ମତ୍ସ୍ୟଜୀବୀଙ୍କ କହିବା ମୁତାବକ ପ୍ରାୟ ୩୦ରୁ ୩୨ ଟନ୍ ଇଲିଶି ଧରାହୋଇଛନ୍ତି । ଏହି ଇଲିଶିଗୁଡ଼ିକୁ ଓଡ଼ିଶା ବଜାରରେ ବିକ୍ରି କରିବା ସମ୍ଭବପର ହେଉ ନଥିବାରୁ ପଡ଼ୋଶୀ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରକୁ ଏଗୁଡ଼ିକ ଚାଲାଣ ହେବ । ଫଳରେ ଅଧିକ ଲାଭ ମିଳିବ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login