The Ultimate Managed Hosting Platform
ADVERTISEMENT

କୋଟିଏରୁ ଅଧିକ ଟଙ୍କାର ମୋବାଇଲ ଚୋରୀ

Facebook
Twitter
LinkedIn

ମାଲକାନଗିରି : କୋଟିଏରୁ ଅଧିକ ଟଙ୍କାର ମୋବାଇଲ ଚୋରି । କାନ୍ଥ ଭାଙ୍ଗି ମୋବାଇଲ ଦୋକାନରୁ କୋଟିଏରୁ ଉର୍ଦ୍ଧ ଟଙ୍କାର ମୋବାଇଲ ଫୋନ ଲୁଟି ନେଲେ ଦୁର୍ବୃତ୍ତ । ମାଲକାନଗିରି ଜିଲ୍ଲାର ସବୁ ଠାରୁ ବଡ ମୋବାଇଲ ଦୋକାନ ଭିତରୁ ପ୍ରାୟ ଦେଢ କୋଟି ଟଙ୍କାର ନାମୀ ଦାମୀ ମୋବାଇଲ ଚୋରି କରି ନେଇଛି ଚୋର। ସିସିଟିଭିରେ ଚୋରି ବେଳର ସଂପୂର୍ଣ୍ଣ ଭିଡିଓ ରେକର୍ଡ ହୋଇଛି । ଦୁଇ ଜଣ ବ୍ୟକ୍ତି ମୁହଁରେ ମାସ୍କ ଲଗାଇ କାନ୍ଥ ଭାଙ୍ଗିବା ପରେ ଏକ ଛୋଟିଆ ଛିଦ୍ର ଦେଇ ଦୋକାନ ଭିତରେ ପଶି ଦାମୀ ଦାମୀ ମୋବାଇଲ ଚୋରି କରି ନେଇଛି । ଗୋଟିଏ ବସ୍ତା ମୋବାଇଲ ରାସ୍ତା କଡରେ ଚୋର ଛାଡି ଦେଇଛି। ଅନ୍ୟ ସବୁ ମୋବାଇଲ ଏକ ଛୋଟିଆ ଜଙ୍ଗଲ ଭିତରେ ନେଇ ସମସ୍ତ ଖୋଳ ଫୋପାଡି ଦେଇ ଚୋର କେବଳ ମୋବାଇଲ ନେଇ ଫେରାର ହୋଇଯାଇଛି । ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସର ତଦନ୍ତ ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login