ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରେସମିଟ । ନିର୍ବାଚନ କମିଶନଙ୍କର କେହି ପକ୍ଷ କିମ୍ବା ବିପକ୍ଷ ଦଳ ନାହାନ୍ତି । ନିର୍ବାଚନ କମିଶନ କୈାଣସି ଦଳ ପାଇଁ ପକ୍ଷପାତିତା କରନ୍ତି ନାହିଁ । ଅଭିଯୋଗ ଆସିଥିବା ବିହାର ପ୍ରସଙ୍ଗରେ ମଧ୍ୟ ରଖିଲେ ସ୍ପଷ୍ଟୀକରଣ । ବିହାରର ୭ କୋଟିରୁ ଉଦ୍ଧ୍ୱର୍ ମତଦାତା କେବେ ପ୍ରଶ୍ନ କରି ନାହାନ୍ତି । ଭୋଟ ଚୋରି ପରି ଅପଶବ୍ଦ ବ୍ୟବହାର କରି ଭ୍ରମିତ କରାଯାଉଛି । ସାମ୍ବିଧାନିକ ଅଧିକାରରୁ ନିର୍ବାଚନ ଆୟୋଗ ପଛଘୁଞ୍ଚା ଦେବେ ନାହିଁ । ମିଥ୍ୟା ଆରୋପରେ କେବେ ନିର୍ବାଚନ କମିଶନ ଡରିଯିବେ ନାହିଁ । ବିହାରରେ ଏସଆଇଆର ଚାଲିଛି, ୧.୬ ଲକ୍ଷ ବୁଥସ୍ତରୀୟ ଏଜେଣ୍ଟ ଡ୍ରାଫ୍ଟ ତାଲିକା କରିଛନ୍ତି । ସମସ୍ତ ରାଜନୈତିକ ଦଳର ବୁଥ ସ୍ତରୀୟ ଏଜେଣ୍ଟ ଯାଞ୍ଚ କରି ଦସ୍ତଖତ କରିଛନ୍ତି । ଭୋଟରମାନେ ମୋଟ ୨୮,୩୭୦ ଦାବି ଏବଂ ଆପତ୍ତି ଦାଖଲ କରିଛନ୍ତି । ସଂଶୋଧନ ଶେଷ ହେବା ପାଇଁ ଆହୁରି ୧୫ ଦିନ ବାକି ରହିଛି । ଅନେକ ଭୋଟରଙ୍କ ଫଟୋ ମିଡିଆରେ ସେମାନଙ୍କ ଅନୁମତି ବିନା ବାହାରିଛି । ସେମାନଙ୍କ ଫଟୋ ଦେଖାଇ ଅଭିଯୋଗ କରାଯାଇଛି , ହେବା କଥା ନୁହେଁ । ଲୋକସଭା ନିର୍ବାଚନରେ ୧ କୋଟିରୁ ଉଦ୍ଦ୍ୱର୍ କର୍ମଚାରୀ ସାମିଲ ଥିଲେ । ୧୦ ଲକ୍ଷରୁ ଉଦ୍ଧ୍ୱର୍ ବୁଥ ଏଜେଣ୍ଟ, ୨୦ ଲକ୍ଷରୁ ଉଦ୍ଧ୍ୱର୍ ପୁଲିଂ ଏଜେଣ୍ଟ ସାମିଲ ଥିଲେ । ଏତେ ସ୍ୱଚ୍ଛତା ଭିତରେ ଭୋଟ ଚୋରି ସମ୍ଭବ କି ବୋଲି ପ୍ରଶ୍ନ କଲେ ଇସିଆଇ । ଡବଲ ଭୋଟ ନେଇ ଅଭିଯୋଗ ଆସୁଛି , ପ୍ରମାଣ ମାଗିଲେ ମିଳୁନି । ନିର୍ବାଚନ କମିଶନଙ୍କ କାନ୍ଧରେ ବନ୍ଧୁକ ରଖି ରାଜନୀତି ଉଦ୍ୟମ ହେଉଛି । ତେଣୁ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ସବୁ ବର୍ଗର ଭୋଟରଙ୍କ ସହ ଆମେ ରହିଛୁ । ରେଜଲ୍ଟ ପ୍ରକାଶର ୪୫ ଦିନ ଭିତରେ ଅଭିଯୋଗ ଥିଲେ କୋର୍ଟ ଯାଇ ପାରିବେ । ୪୫ ଦିନ ପରେ ଅଭିଯୋଗ କଲେ ତାହା ଭିତ୍ତିହୀନ ବୋଲି ଧରାଯିବ । ଏତେ ଦିନ ପରେ ଯେଉଁ ଅଭିଯୋଗ ଆସୁଛି , ଲୋକେ ତାହା ବୁଝିପାରୁଥିବେ ।
କେହି ପକ୍ଷ କିମ୍ବା ବିପକ୍ଷ ନୁହଁନ୍ତି : ଇସିଆଇ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...