ତେଲେଙ୍ଗାନା : କେସିଆରଙ୍କ ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ସଫଳ । ହିପରେ ଆଘାତ ଯୋଗୁ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଗୁରୁବାର ରାତିରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏରାଭେଲିସ୍ଥିତ ତାଙ୍କ ବାସଭବନରେ ସେ ପଡ଼ିଯାଇଥିଲେ। ଏଥିରେ ତାଙ୍କ ହିପ୍ ଫ୍ରାକ୍ଚର ହୋଇଥିଲା। ଏହାପରେ ଡାକ୍ତରମାନେ ତାଙ୍କୁ ହିପ୍ ରିପ୍ଲେସମେଣ୍ଟ ସର୍ଜରୀ କରିବାକୁ ପରାମର୍ଶ ଦେଇଥିଲେ।
ବର୍ତ୍ତମାନ ବିଆର୍ଏସ୍ ନେତା ଦାସୋଜୁ ଶ୍ରବଣ ସୂଚନା ଦେଇଛନ୍ତି ଯେ ‘ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର୍ଙ୍କ ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ସଫଳ ହୋଇଛି। କେସିଆର୍ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।
Views: 94











