The Ultimate Managed Hosting Platform
ADVERTISEMENT

କେରଳର ୱାୟନାଡରେ ମିଳିଲା ୩ ବାଘଙ୍କ ମୃତଦେହ

Facebook
Twitter
LinkedIn

ୱାୟନାଡ : କେରଳର ୱାୟନାଡରେ ୩ ବାଘଙ୍କ ମୃତଦେହ ମିଳିଛି । ରାଜ୍ୟ ବନ ବିଭାଗ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛି । ଏହି ପାହାଡ଼ି ଜିଲ୍ଲାର ଦୁଇଟି ସ୍ଥାନରେ ମୃତଦେହଗୁଡ଼ିକ ମିଳିଥିବା ଅଧିକାରୀମାନେ କହିଛନ୍ତି । କୁରିଚ୍ୟାଡ୍ ଜଙ୍ଗଲ ରେଞ୍ଜ ଭିତରେ ଦୁଇଟି ବାଘ ମୃତ ଅବସ୍ଥାରେ ମିଳିଥିବା ବେଳେ ଅନ୍ୟ ଏକ ବାଘର ମୃତଦେହ ଭିଥିରି ବନ ବିଭାଗ ଅଧୀନ ଏକ କଫି ବଗିଚାରୁ ମିଳିଥିଲା । କୁରିଚ୍ୟାଡ୍ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବନ ଅଧିକାରୀମାନେ ଦୁଇଟି ବାଘଙ୍କୁ ମୃତ ଅବସ୍ଥାରେ ପାଇଥିଲେ । ଆଉ କିଛି କର୍ମଚାରୀ ବଗିଚା ଭିତରେ ଅନ୍ୟ ବାଘଟିର ଗଳିତ ମୃତଦେହ ପାଇଥିଲେ । ଜଙ୍ଗଲ ମନ୍ତ୍ରୀ ଏ.କେ. ସସୀନ୍ଦ୍ରନ ଘଟଣାର ତଦନ୍ତ କରିବା ଏବଂ ସଠିକ୍ କାରଣ ଜାଣିବା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ମୁଖ୍ୟ ବନ ସଂରକ୍ଷକ (ଉତ୍ତର ସର୍କଲ) କେ.ଏସ୍. ଦୀପାଙ୍କ ନେତୃତ୍ୱରେ ଆଠ ଜଣିଆ ଟିମ୍ ପରିଚାଳିତ ହେବ । ୧ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login