କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ଦାବିରେ ଆନେ୍ଦାଳନ । ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଅର୍ଥନୈତିକ ଅବରୋଧ । ଦୁହୁରିଆ ଛଳରେ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଅବରୋଧ । ରେଳରୋକ କରିବାକୁ ସଜବାଜ । ସହରରେ ଗାଡି ଚଳାଚଳ ଠପ୍ । ସକାଳ ୬ଟାରୁ କଟକ-ଚାନ୍ଦବାଲି ରାସ୍ତାର ଦୁହୁରିଆ ଛକ ଠାରେ ରାଜ୍ୟ ରାଜପଥ ଓ ଦୈତାରୀ- ପାରାଦୀପ୍ ଜାତୀୟ ରାଜପଥ ଅବରୋଧ କରାଯାଇଛି ।ଆନ୍ଦୋଳନକୁ କଂଗ୍ରେସ, ବିଜେପି, କମ୍ୟୁନିଷ୍ଟ ପାର୍ଟିର ସମର୍ଥନ କରୁଛନ୍ତି। ଦୀର୍ଘ ଦିନ ହେବ କେନ୍ଦ୍ରାପଡାରେ ମେଡିକାଲ କଲେଜ ସ୍ଥାପନ ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ ଜାରି ରହିଛି ।ହି ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସେପ୍ଟେମ୍ବର ୫ ତାରିଖରୁ ଜିଲ୍ଲାପାଳଙ୍କ ଆବାସିକ କାର୍ୟ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିଛି ।
Views: 90











