The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

କେନ୍ଦ୍ର କୋଇଲା ଓ ଶ୍ରମମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ଠିକା ଶ୍ରମିକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ଅନୁରୋଧ

Facebook
Twitter
LinkedIn

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ପୃଥକ ପୃଥକ ଚିଠି ଲେଖିଛନ୍ତି। ହାଇ ପାଓ୍ୱାର କମିଟି ଓ କେନ୍ଦ୍ରୀୟ ପରାମର୍ଶଦାତା ଠିକା ଶ୍ରମିକ ବୋର୍ଡ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ କଡ଼ାକଡ଼ି ପାଳନ ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିଛନ୍ତି । ଅନୁଗୋଳ ଜିଲ୍ଲା ନାଲକୋର କୋଇଲା ଖଣିରେ ନିୟୋଜିତ ଠିକା ଶ୍ରମିକଙ୍କ ମଜୁରୀ ଓ ଅନ୍ୟାନ୍ୟ ସୁବିଧା ସୁନିଶ୍ଚିତ କରିବାକୁ ଉଭୟ ମନ୍ତ୍ରୀଙ୍କୁ ପତ୍ର ଜରିଆରେ ନିବେଦନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଠିକା ଶ୍ରମିକ – ୧୯୭୦ ଅଧିନିୟମ ଧାରା ୧୦ ଅନୁସାରେ କୋଇଲା ବିକ୍ରି, କୋଇଲା ଲୋଡିଂ ଏବଂ ଅନଲୋଡିଂ, ଓଭରବୋର୍ଡ ଅପସାରଣରେ ଠିକା ଶ୍ରମିକ ନିୟୋଜନ ନିଷେଧ ଅଟେ । କିନ୍ତୁ ସେହି ଅଧିନିୟମର ଧାରା ୩୧ରେ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଏବଂ ପ୍ରତିବନ୍ଧକ ଅନୁଯାୟୀ ବିଶେଷ କ୍ଷେତ୍ରରେ ଅବ୍ୟାହତି ପ୍ରଦାନ କରାଯାଇପାରେ । ଅନୁଗୋଳ ଜିଲ୍ଲାରେ କୋଇଲା ଖଣିରେ ନିୟୋଜିତ ଅନେକ ଶିଳ୍ପାନୁଷ୍ଠାନ ଏହି ସୁବିଧା ମାଧ୍ୟମରେ ଠିକା ଶ୍ରମିକ ନିୟୋଜିତ କରୁଛନ୍ତି। କେନ୍ଦ୍ରୀୟ ପରାମର୍ଶଦାତା ଠିକା ଶ୍ରମିକ ବୋର୍ଡ ମଧ୍ୟ ଉତ୍କଳ ଡ଼ି ଏବଂ ଇ କୋଲ୍ ବ୍ଲକ ପାଇଁ ନିୟୋଜିତ ନାଲକୋର ପ୍ରତିନିଧି, ଏମଡ଼ିଓଙ୍କ ସହ ଅନେକ ଥର ବୈଠକ କରିଛନ୍ତି। କୋଇଲା ଖଣିରେ ନିୟୋଜିତ ଠିକା ଶ୍ରମିକଙ୍କୁ ଠିକାଦାରଙ୍କ ଦ୍ୱାରା କେନ୍ଦ୍ରୀୟ ପରାମର୍ଶଦାତା ଠିକା ଶ୍ରମିକ ବୋର୍ଡର ପରାମର୍ଶନୁସାରେ ପାରିଶ୍ରମିକ ଓ ଅନ୍ୟାନ୍ୟ ସୁବିଧା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଉଭୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ

କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ । ସଂସଦରେ ମନ୍ତ୍ରୀ ରଖିଥିବା ତଥ୍ୟରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନାଁ ନାହିଁ...

ADVERTISEMENT