ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ଦିଲ୍ଲୀ ସରକାର ବିଜୁଳି ସବସିଡିକୁ ନେଇ ବଡ଼ ଘୋଷଣା କରିଛି । ଶକ୍ତି ମନ୍ତ୍ରୀ ଆତିଶୀ ଭରଦ୍ୱାଜ ଶୁକ୍ରବାର ଏନେଇ ସୂଚନା ଦେବା ସହ କହିଛନ୍ତି, ଆଜିଠୁ ଦିଲ୍ଲୀ ଜନସାଧାରଣଙ୍କୁ ଦିଆଯାଉଥିବା ସବସିଡି ବିଜୁଳି ବନ୍ଦ କରିଦିଆଯିବ । ମାଗଣା ବିଜୁଳି ସବସିଡି ଉପରେ ରୋକ୍ ଲଗାଇବାକୁ ଘୋଷଣା କରିଛି ଆପ୍ ସରକାର । ଏହାଦ୍ୱାରା ୪୬ ଲକ୍ଷ ବିଜୁଳି ଉପଭୋକ୍ତା ପ୍ରଭାବିତ ହେବେ । ଆତିଶୀ ଏହାର କାରଣ ସମ୍ପର୍କରେ କହିଛନ୍ତି ଯେ, ଫ୍ରୀ ବିଜୁଳି ସବସିଡି ବନ୍ଦ କରିଦିଆଯାଇଛି କାରଣ ଆମ ଆଦମୀ ପାର୍ଟି ସରକାର ଆଗାମୀ ବର୍ଷ ପାଇଁ ସବସିଡି ଜାରି ରଖିବା ପାଇଁ ନିର୍ଣ୍ଣୟ କରିଛି, କିନ୍ତୁ ସେହି ଫାଇଲ୍ ଦିଲ୍ଲୀ ଏଲଜିଙ୍କ ପାଖରେ ପଡ଼ିରହିଛି ଏବଂ ଯେପର୍ୟ୍ୟନ୍ତ ସୁଦ୍ଧା ଫାଇଲକୁ ମଞ୍ଜୁରୀ ନମିଳିଛି ସେପର୍ୟ୍ୟନ୍ତ ସୁଦ୍ଧା ସରକାର ସବସିଡି ବିଲ୍ ଜାରି କରିପାରିବେ ନାହିଁ ।
ଆପ୍ ର ଏହି ନିଷ୍ପତ୍ତି ଦିଲ୍ଲୀର ଜନତାଙ୍କ ପାଇଁ କୌଣସି ବଡ଼ ଝଟକାଠାରୁ କମ୍ ନୁହେଁ । ଦିଲ୍ଲୀରେ ମାଗଣା ବିଜୁଳି ସବସିଡିକୁ ନେଇ ମନ୍ତ୍ରୀ ଆତିଶୀଙ୍କ ବୟାନ ଉପରେ ଦିଲ୍ଲୀ ଏଲଜିଙ୍କ କାର୍ୟ୍ୟାଳୟ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ଦିଆଯାଇଛି । ରାଜଭବନ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଶକ୍ତି ମନ୍ତ୍ରୀଙ୍କୁ ପରାମର୍ଶ ଦିଆଯାଉଛି ଯେ ଏଲଜିଙ୍କ ବିରୋଧରେ ଅନାବଶ୍ୟକ ରାଜନୀତି ଏବଂ ଭିତ୍ତିହୀନ ଅଭିଯୋଗ ନକରନ୍ତୁ ।
କେଜ୍ରିୱାଲ ସରକାରଙ୍କ ବଡ଼ ଘୋଷଣା, ଆଜିଠୁ ବନ୍ଦ ହୋଇଯିବ ମାଗଣା ବିଜୁଳି ସବସିଡି

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...