The Ultimate Managed Hosting Platform
ADVERTISEMENT

କେଇ ଘଣ୍ଟା ପୂର୍ବରୁ ହସି ହସି ଇନ୍‌ଷ୍ଟାଗ୍ରାମରେ ଛାଡିଲେ ଭିଡିଓ, ପରେ ସଡକ ଦୁର୍ଘଟଣାରେ ଚାଲିଗଲା ପ୍ରାଣ ।

Facebook
Twitter
LinkedIn

କିଏ ଜାଣେ ବିପଦ କେତେ ବେଳେ ଆପଣଙ୍କ ପାଇଁ କୁଣିଆଁ ସାଜିବ । ଯେଉଁଥିରେ ଚାଲିଯିବ ଆପଣଙ୍କ ବହୁ ମୂଲ୍ୟ ଜୀବନ । ବିବାହ ଉତ୍ସବର ମଜ୍ଜା ନେବାକୁ ଯିବା ସମୟରେ ରିଲ୍ସ୍ କରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ଅପଲୋଡ । ଯାହା ଜୀବନର ଥିଲା ଶେଷ ଭିଡିଓ । ବାହାଘର ଭୋଜିରୁ ଫେରେିବା ସମୟରେ ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ ।

ପୁରୀ ଜିିଲ୍ଲା ବୀର ରାମଚନ୍ଦ୍ରପୁରର ସରପଞ୍ଚ ଦୀପା ବେହେରାଙ୍କ ହୋଇଥିଲା ଅକାଳ ବିୟୋଗ । ଯାହା ପାଇଁ ଅଞ୍ଚଳରେ ସୃଷ୍ଟି ହୋଇଛି ଶୋକର ବାତାବରଣ । କିଏ ଜାଣିଥିଲା ମାତ୍ର କେ ଘଣ୍ଟା ପୂର୍ବରୁ ଦୀପା ଛାଡିଥିବା ହସ ହସ ମୁହଁର ଭିଡିଓ ତାଙ୍କ ପାଇଁ ହେବ ଶେଷ ଭିଡିଓ । ଗତକାଲି ବିବାହ ଉତ୍ସବରୁ ନିଜ ପୁତୁରା ସଙ୍ଗେ ବୁଲେଟ୍ ଦ୍ୱାରା ଫେରିବା ସମୟରେ ନିମାପଡା କୋର୍ଟ ଛକ ଠାରେ ଭାରସାମ୍ୟ ହରାଇ ଖସି ପଡିଥିଲେ ଦୀପା । ସେହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ୍ ତାଙ୍କ ମୁଣ୍ଡ ଉପରେ ଚଢିଯିବାରୁ ତାଙ୍କର ଘଟଣା ସ୍ଥଳରେ ହୋଇଥିଲା ମୃତ୍ୟୁ ।

ତେବେ ବେଶି ଦୁଃଖର କଥା ଯେ କିଛି ବର୍ଷ ପୂର୍ବେ ତାଙ୍କର ସ୍ୱାମୀ ସରପଞ୍ଚ ଦାୟୀତ୍ୱରେ ଥିବା ବେଳେ ମଧ୍ୟ ତାଙ୍କର ଦେହାନ୍ତ ହୋଇଥିଲା । ଆଉ ଏବେ ଦୀପାଙ୍କ ମୃତ୍ୟୁ ପରେ ଦୀପାଙ୍କର ଦୁଇ କୁନି ପୁଅ ଏବେ ମା ବାପା ଛେଉଣ୍ଡ ହୋଇଯାଇଛନ୍ତି । ଅନ୍ୟପଟେ ଦୀପାଙ୍କ ମତ୍ୟୁରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି ।
ବ୍ୟୁରୋ ରିପୋର୍ଟ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login