ବଲାଙ୍ଗୀର : ୨ ଘଣ୍ଟାର ଉଦ୍ୟମ ପରେ କୂଅରୁ ଉଦ୍ଧାର ହେଲା ହାତୀ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଲତାସହଡା ଗାଁର ଏକ କୂଅରେ ହାତୀଟି ଖସିପଡିଥିଲା । ବନବିଭାଗ ଓ ପୋଲିସ ପହଞ୍ଚି ଦମକଳ ବିଭାଗର ସହାୟତାରେ ଦୀର୍ଘ ୨ଘଣ୍ଟା ପରେ ହାତୀଟିକୁ ଉଦ୍ଧାର କରିଛନ୍ତି । ଜେସିବି ମାଧ୍ୟମରେ ହାତୀକୁ କୂଅ ଭିତରୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ହାତୀଟି ଜଙ୍ଗଲ ଭିତରକୁ ଚାଲିଯାଇଛି । ମୁରିବାହାଲ ରେଞ୍ଜରେ ପ୍ରାୟ ବର୍ଷେ ହେବ ୬୦ ଟିକିଆ ହାତୀପଲ ଅଛନ୍ତି । ଅନେକ ସମୟରେ ଗାଁ ମୁହାଁ ହେଉଛନ୍ତି ହାତୀପଲ ।
Views: 62











