ନୂଆଦିଲ୍ଲୀ : ଥଣ୍ଡାରେ ଥରୁଛି ଉତ୍ତର ଭାରତ । କୁହୁଡି ବଳୟରେ ନୂଆଦିଲ୍ଲୀ । ଦିଶୁନି ରାସ୍ତାଘାଟ । ହାତ ପାହାନ୍ତାରୁ କିଛି ବି ଜିନିଷ ଦେଖାଯାଉନି । ଖାଲି ଆଖିରେ କିଛି ମିଟର ଦୂରକୁ ଦେଖିବା ବି ସମ୍ଭବ ନୁହେଁ । ଘନ କୁହୁଡି ଯୋଗୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଜିରୋ ଭିଜିବିଲିଟି ସ୍ଥିତି ଦେଖା ଦେଇଛି । ଚାରିଆଡ଼େ ଘନ କୁହୁଡ଼ିର ଆସ୍ତରଣ । ଦିଲ୍ଲୀ ଏନସିଆର୍, ଆଇଟିଓ, ସଫଦରଦଙ୍ଗ ଆଦି ଅଞ୍ଚଳରେ ଲୋକଙ୍କୁ କଲବଲ କରୁଛି ଘନ କୁହୁଡି । ଗମନାଗମନ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ପ୍ରବଳ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ବହୁ ଟ୍ରେନ ଓ ବିମାନ ଚଳାଚଳ ବିଳମ୍ବ ହୋଇଛି ।
Views: 92