ନୂଆଦିଲ୍ଲୀ : ବିଶ୍ୱ ପ୍ରଶିଦ୍ଧ କୁମ୍ଭ ମେଳା ପାଇଁ ଚାଲିଛି ପ୍ରସ୍ତୁତି । ଏନେଇ ଭାରତୀୟ ରେଳ ବିଭାଗ ତରଫରୁ ମଧ୍ୟ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି । ଯାତ୍ରୀ ମାନଙ୍କ ସୁବିଧା ପାଇଁ ରେଳ ବିଭାଗ ସ୍ପେଶାଲ ଟ୍ରେନ ଚଳାଇବା ପାଇଁ ଯୋଜନା କରିଛି । ଦେଶର କୋଣ ଅନୁକୋଣରୁ ଯାତ୍ରୀଙ୍କୁ କୁମ୍ଭ ମେଳାରେ ପହଞ୍ଚାଇବା ପାଇଁ ୮୦୦ରୁ ଅଧିକ ଟ୍ରେନ ଚଳାଇବାକୁ ଯୋଜନା କରାଯାଇଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀର ନିୟନ୍ତ୍ରଣ କାର୍ୟ୍ୟାଳୟ ଯାଞ୍ଚ କରିଛନ୍ତି । କୁମ୍ଭ ମେଳାର ବ୍ୟବସ୍ଥା ସମ୍ପର୍କରେ ସେ ରେଳ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ରେଳ ମନ୍ତ୍ରୀ କହିଛନ୍ତି ଯେ, ଜାନୁଆରୀ ୨୦୨୫ ର ୬ଟି ମୁଖ୍ୟ ସ୍ନାନ ଦିନ ପାଇଁ ୮୦୦ରୁ ଅଧିକ ମେଳା ସ୍ପେଶାଲ ଟ୍ରେନ ଚଳାଚଳ କରିବ । ୨୦୨୫ କୁମ୍ଭ ମେଳା ପାଇଁ ୧୫ କୋଟିରୁ ଅଧିକ ତୀର୍ଥଯାତ୍ରୀ ଆସିବା ନେଇ ଆଶା କରାଯାଉଛି ।
Views: 87











