ଭଦ୍ରକ : କୁନିଝିଅକୁ ଧରି ବାପା ବୈତରଣୀକୁ ଡେଇଁ ନିଖୋଜ ଘଟଣା । ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଡାନଦୀରୁ ମିଳିଲା ଏକ ମୃତଦେହ । ମୃତଦେହଟି ନିଖୋଜ ଚନ୍ଦନ ସାହୁଙ୍କ ହୋଇଥିବା ସୂଚନା । ପ୍ରାୟ ୩୦ ଘଣ୍ଟା ପରେ ଯୁବକଙ୍କ ମୃତଦେହ ଉଦ୍ଧାର । ନିଖୋଜ କୁନିଝିଅର ପତ୍ତା ମିଳୁନି, ଖୋଜାଖୋଜି ଜାରି । ଆଖୁଆପଦା ବୈତରଣୀ ପୋଲ ଉପରୁ ଡେଇଁ ନିଖୋଜ ଥିଲେ । ୨୭ ତାରିଖରେ ନିଜ କୁନି ଝିଅକୁ ଧରି ନଦୀକୁ ଡେଇଁପଡିଥିଲେ ଚନ୍ଦନ ।
ବୁଧବାର ରାତିରେ କୁନି ଝିଅକୁ ଧରି ବୈତରଣୀ ନଦୀକୁ ଡେଇଁ ପଡ଼ିଥିଲେ ଵାଲିପୋଖରୀ ପଂଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ । ରାତି ୯ଟା ବେଳେ ବାପା-ଝିଅ ବ୍ରିଜ ଉପରୁ ଡେଇଁଥିଲେ । ପୋଲରେ ରହିଥିଲା ଚନ୍ଦନଙ୍କର ବାଇକ୍, ମୋଵାଇଲ ଫୋନ ଓ ଜୋତା । ଦୁଇ ମାସ ତଳେ ଚନ୍ଦନଙ୍କର ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ମାନସିକ ଭାରସାମ୍ୟ ହରାଇ ଚନ୍ଦନ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି । ବ୍ରିଜ ନିକଟରୁ ତାଙ୍କ ଭଉଣୀକୁ ଫୋନ କରି ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି କହିଥିଲେ । ତେବେ କାହିଁକି ବୈତରଣୀ ନଦୀକୁ ଡେଇଁଲେ ବାପା-ଝିଅ ? ନିଜକୁ ଶେଷ କରିବା ଦେବାକୁ ଚରମ ନିଷ୍ପତ୍ତି ନେଲେ କାହିଁକି ? ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ ଓଡ୍ରାଫ୍ ଟିମ୍ ପହଂଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି ।
କୁନିଝିଅକୁ ଧରି ବାପା ଡେଇଁବା ଘଟଣା , ମିଳିଲା ବାପାର ମୃତଦେହ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











