ଭଦ୍ରକ : କୁନିଝିଅକୁ ଧରି ବାପା ବୈତରଣୀକୁ ଡେଇଁ ନିଖୋଜ ଘଟଣା । ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଡାନଦୀରୁ ମିଳିଲା ଏକ ମୃତଦେହ । ମୃତଦେହଟି ନିଖୋଜ ଚନ୍ଦନ ସାହୁଙ୍କ ହୋଇଥିବା ସୂଚନା । ପ୍ରାୟ ୩୦ ଘଣ୍ଟା ପରେ ଯୁବକଙ୍କ ମୃତଦେହ ଉଦ୍ଧାର । ନିଖୋଜ କୁନିଝିଅର ପତ୍ତା ମିଳୁନି, ଖୋଜାଖୋଜି ଜାରି । ଆଖୁଆପଦା ବୈତରଣୀ ପୋଲ ଉପରୁ ଡେଇଁ ନିଖୋଜ ଥିଲେ । ୨୭ ତାରିଖରେ ନିଜ କୁନି ଝିଅକୁ ଧରି ନଦୀକୁ ଡେଇଁପଡିଥିଲେ ଚନ୍ଦନ ।
ବୁଧବାର ରାତିରେ କୁନି ଝିଅକୁ ଧରି ବୈତରଣୀ ନଦୀକୁ ଡେଇଁ ପଡ଼ିଥିଲେ ଵାଲିପୋଖରୀ ପଂଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ । ରାତି ୯ଟା ବେଳେ ବାପା-ଝିଅ ବ୍ରିଜ ଉପରୁ ଡେଇଁଥିଲେ । ପୋଲରେ ରହିଥିଲା ଚନ୍ଦନଙ୍କର ବାଇକ୍, ମୋଵାଇଲ ଫୋନ ଓ ଜୋତା । ଦୁଇ ମାସ ତଳେ ଚନ୍ଦନଙ୍କର ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ମାନସିକ ଭାରସାମ୍ୟ ହରାଇ ଚନ୍ଦନ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି । ବ୍ରିଜ ନିକଟରୁ ତାଙ୍କ ଭଉଣୀକୁ ଫୋନ କରି ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି କହିଥିଲେ । ତେବେ କାହିଁକି ବୈତରଣୀ ନଦୀକୁ ଡେଇଁଲେ ବାପା-ଝିଅ ? ନିଜକୁ ଶେଷ କରିବା ଦେବାକୁ ଚରମ ନିଷ୍ପତ୍ତି ନେଲେ କାହିଁକି ? ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ ଓଡ୍ରାଫ୍ ଟିମ୍ ପହଂଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି ।
କୁନିଝିଅକୁ ଧରି ବାପା ଡେଇଁବା ଘଟଣା , ମିଳିଲା ବାପାର ମୃତଦେହ

Facebook
Twitter
LinkedIn
Facebook
Twitter
LinkedIn
Recent News
ଜଳିଗଲା ୩ ମହଲା ଘର
ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...
ବିହାର ପାଇଁ ଜେଡିୟୁର ପ୍ରାର୍ଥୀ ଘୋଷଣା
ବିହାର : ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୭ ଜଣଙ୍କ ନାଁ । ଚିରାଗ ପାଶୱାନ ଦାବି କରୁଥିବା ୪ଟି ସିଟରେ ପ୍ରାର୍ଥୀ ଦେଲା ଜେଡିୟୁ ।...
ନାଣ୍ଡୁ ଅପରାଧି ଚରିତ୍ରର ବ୍ୟକ୍ତି ; ଭକ୍ତ ଦାସ
ଭୁବନେଶ୍ୱର : କଂଗ୍ରେସ ଭବନ ବାହାରେ ହାଇଡ୍ରାମାକୁ ନେଇ ପିସିସି ସଭାପତିଙ୍କ ସ୍ପଷ୍ଟ ମତ । ନାଣ୍ଡୁ ଧଳ ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତି । ସେ...
ସ୍କୁଲ ବସ-ବାଇକ ମୁହାଁମୁହିଁ ଧକ୍କା , ବାଇକ ଚାଳକ ମୃତ
ଉମରକୋଟ : ସ୍କୁଲ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ, ୩ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଗଞ୍ଜାପାର...