The Ultimate Managed Hosting Platform
ADVERTISEMENT

କୁକୁରଙ୍କୁ ବିଷ ଇଞ୍ଜେକ୍ସନ୍‌ ଦେଇ ଜାଳିଦେଲେ  

Facebook
Twitter
LinkedIn

ମରିଗଲା ମାନିବିକତା। ସୀମା ଡେଇଁଲା ନୃଂଶସତା। ତେଲେଙ୍ଗାନାର ୧୦୦ ବୁଲା କୁକୁରକୁ ବିଷ ଦେଇ ନିର୍ମମ ଭାବେ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ତେଲେଙ୍ଗାନାର ସିଡ୍ଡପେଟ୍ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି।  ଆଡୁଲାପୁରମ ଗୌଥମ ନାମକ ଜଣେ ପ୍ରାଣୀ ସୁରକ୍ଷା କର୍ମୀ ଥନାରେ ଅଭିଯୋଗ କରିଛନ୍ତି। ଏଥି ପାଇଁ ସେ ସ୍ଥାନୀୟ ସରପଞ୍ଚ ଏବଂ  ସମ୍ପାଦକଙ୍କୁ ଦାୟୀ କରିଛନ୍ତି। ଗୌଥମ ହେଉଛନ୍ତି ପ୍ରାଣୀ ସଙ୍ଗଠନର ଜଣେ ସଦସ୍ୟ। ଗୌଥମଙ୍କ ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁଜୁ କରି  ତଦନ୍ତ ଜାରି ରଖିଛି। ଗୌଥମଙ୍କ କହିବା ଅନୁଯାୟୀ, ଜଗାଦେବପୁର ମଣ୍ଡଳର ଥିଗୁଲ ଗ୍ରାମର କୁକୁରଙ୍କୁ ଗଣ ସଂହାର କରାଯାଇଛି। ତାଙ୍କ କହିବା ଅନୁଯାୟୀ ଗାଁର ସରପଞ୍ଚ  ଏବଂ ସମ୍ପାଦକ ପେଶାଦାର କୁକୁର ଧରାଳିଙ୍କୁ ଡାକି କୁକୁର ଧରିଥିଲେ। ମାର୍ଚ୍ଚ ୨୭ରେ ସେହି କୁକୁର ଗୁଡ଼ିକୁ ବିଷ ଇଞ୍ଜେକ୍ସନ୍ ଦେଇ ହତ୍ୟା କରିଥିଲେ। ସେହିପରି ସେମାନେ ଜଣକ ପୋଷା କୁକୁରକୁ ମଧ୍ୟ ଛାଡ଼ି ନାହାନ୍ତି। ପ୍ରାଣୀ ସଙ୍ଗଠନ ସଦସ୍ୟମାନେ ଗାଁରେ ଏତେ ଗୁଡ଼ିଏ କୁକୁର ନିଖୋଜ ହେବା ନେଇ ଯାଞ୍ଚ କରିଥିଲେ।

ପରେ ସେମାନେ କୁକୁର ଗୁଡ଼ିକୁ ହତ୍ୟା କରି ଜାଳି ଦେଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେମାନେ ସିଡ୍ଡିପେଟଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ପୁଲିସରେ ମଧ୍ୟ ଅଭିଯୋଗ କରିଛନ୍ତି । ଗାଁର ସରପଞ୍ଚ ଏବଂ ସମ୍ପାଦକ ଏହି କାମ କରିଥିବାରୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login