ଭୁବନେଶ୍ୱର : ଏଣିକି ଘରେ କୁକୁର ପାଳିବା ହୋଇଗଲା ମହଙ୍ଗା । କାରଣ କୁକୁର ପାଳିଲେ ପଇସା ଗଣିବେ । ଏବେ ରାଜଧାନୀରେ କୁକୁର ବେପାର ଉପରେ କଟକଣା ଲଗାଇଛି ବିଏମସି । ବିଏମସିର କଡା ନିୟମ କୁକୁର ପାଳିବାକୁ ହେଲେ ବିଏସିର ଅନୁମତି ନେବାକୁ ପଡିବ । ଏ ସଂକ୍ରାନ୍ତରେ ପ୍ରସ୍ତାବକୁ ରାଜ୍ୟ ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି । ପୋଷା କୁକୁର ରଖିବା ପାଇଁ ଲୋକଙ୍କୁ ଏବେ ୫୦୦ ଟଙ୍କା ଦେଇ ବିଏମସିରେ ପଞ୍ଜିକରଣ କରିବାକୁ ପଡିବ । କୁକୁର ଯଦି ବାଟଘାଟରେ ମଳତ୍ୟାଗ ପରେ ମାଲିକଙ୍କୁ ମଳ ପୋଛିବାକୁ ପଡିବ । ୪ ମାସରୁ କମ ବୟସର କୁକୁର ରଖିପାରିବେନି ଲୋକେ । ତେବେ ଏ ସମ୍ପର୍କୀତ ନିୟମ ନମାନିଲେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ଆବଶ୍ୟକ ସ୍ଥଳେ ମାଲିକଙ୍କୁ ଗିରଫ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି । ନିୟମ ଅନୁଯାୟୀ, ପୋଷା କୁକୁରକୁ ବ୍ୟବସାୟି କାର୍ୟ୍ୟରେ ମଧ୍ୟ ଲଗାଇହେବ ନାହିଁ । ପ୍ରତେ୍ୟକ ବର୍ଷ ଏପ୍ରିଲ ୧ ତାରିଖରେ କୁକୁରମାନଙ୍କର ପଞ୍ଜିକରଣ ହେବ । ଏଥିପାଇଁ ୫୦୦ ଟଙ୍କା ଦେବାକୁ ପଡିବ । ଏହା ବର୍ଷଟେ ପାଇଁ ଲାଗୁ ହେବ । ବର୍ଷଟେ ପରେ ପୁଣି ୨୦୦ ଟଙ୍କା ନେଇ ଲାଇସେନ୍ସ ନବୀରକଣ କରିବାକୁ ପଡିବ ।
କୁକୁର ପାଳିଲେ ପଇସା ଗଣିବେ , ବାଟରେ ମଳତ୍ୟାଗ କଲେ ମାଲିକ ପୋଛିବେ

Facebook
Twitter
LinkedIn
Facebook
Twitter
LinkedIn
Recent News
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...
ଭାରତର ପ୍ରଥମ ମାନସିକ ରାଷ୍ଟ୍ରଦୂତ ହେଲେ ଦୀପିକା ପାଦୁକୋନ
ମୁମ୍ବାଇ : ବଲିଉଡ୍ ସୁପରଷ୍ଟାର ଦୀପିକା ପାଦୁକୋନ୍ ୧୦ ଅକ୍ଟୋବରରେ ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଘୋଷଣା କରିଛନ୍ତି ତାଙ୍କୁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର...