The Ultimate Managed Hosting Platform
ADVERTISEMENT

କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋ ଜୋଙ୍ଗ ନେଲେ ଶପଥ , ଜାଣନ୍ତୁ ଏଥିରେଦକ୍ଷିଣ କୋରିଆ କାହିଁକି ଆଶ୍ଚର୍ଯ୍ୟହେଲେ?

Facebook
Twitter
LinkedIn

ନୂଆଦିଲ୍ଲୀ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋଙ୍ଗ ଶପଥ ନେଇଛନ୍ତି ଯେ ପ୍ୟୋଙ୍ଗୟାଙ୍ଗ ଶୀଘ୍ର କକ୍ଷପଥରେ ସଠିକ୍ ଭାବରେ ସାମରିକ ଅନୁସନ୍ଧାନ ଉପଗ୍ରହ ସ୍ଥାପନ କରିବ। ଗୁପ୍ତଚର ଉପଗ୍ରହ ଉତକ୍ଷେପଣ ବିଫଳ ହେବାର ଗୋଟିଏ ଦିନ ପରେ ଏହି ସୂଚନା ରାଜ୍ୟ ଗଣମାଧ୍ୟମ ଦ୍ୱାରା ପ୍ରଦାନ କରାଯାଇଛି। ଉତ୍ତର କୋରିଆର ଅଫିସିଆଲ୍ କୋରିଆ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି (କେସିଏନ୍ଏ) ଦେଇଥିବା ବିବୃତ୍ତି ଅନୁଯାୟୀ କିମ ୟୋ ଜୋଙ୍ଗ ଏହାକୁ ଏକ ସ୍ପେସ୍ ଲଞ୍ଚ ଯାନ ବୋଲି ଦାବି କରିବା ପରେ ଏହା କହିଛନ୍ତି। ଏକଛତ୍ରବାଦୀ ଶାସକ କହିଛନ୍ତି ଯେ ଯଦି ଉତ୍ତର କୋରିଆର ଉପଗ୍ରହ ଉତକ୍ଷେପଣକୁ ନିନ୍ଦା କରାଯାଏ, ତା’ହେଲେ ଆମେରିକା ଏବଂ ଅନ୍ୟାନ୍ୟ ଦେଶ ପୂର୍ବରୁ କରିଥିବା ହଜାର ହଜାର ଉପଗ୍ରହର ଉତକ୍ଷେପଣକୁ ମଧ୍ୟ ନିନ୍ଦା କରାଯିବା ଉଚିତ।
କିମ ୟୋ ଜୋଙ୍ଗ କହିଛନ୍ତି ଯେ ଏହା ନିଶ୍ଚିତ ଯେ ଉତ୍ତର କୋରିଆର ସାମରିକ ଅନୁସନ୍ଧାନ ଉପଗ୍ରହ ନିକଟ ଭବିଷ୍ୟତରେ ମହାକାଶର କକ୍ଷପଥରେ ସଠିକ୍ ଭାବରେ ସ୍ଥାପିତ ହେବ ଏବଂ ଏହାର କାର୍ୟ୍ୟ ଆରମ୍ଭ ହେବ। ସେ କହିଛନ୍ତି ଯେ ଆମର ସମସ୍ତ ଶତ୍ରୁ ଉତ୍ତର କୋରିଆର ଅନୁସନ୍ଧାନ ଉପଗ୍ରହରେ ପ୍ରବେଶକୁ ଭୟ କରୁଛନ୍ତି, ସେଥିପାଇଁ ଏହାର ବିକାଶ ପାଇଁ ଆମେ ସର୍ବାଧିକ ଉଦ୍ୟମ କରିବା ଉଚିତ୍।
ଏହି ସମୟରେ, ପ୍ୟୋଙ୍ଗୟାଙ୍ଗ ବିରୋଧରେ ୱାଶିଂଟନ୍ର ଶତ୍ରୁ ନୀତି ଦର୍ଶାଇ ଉତ୍ତର କୋରିଆ ଆମେରିକା ସହ ଆଲୋଚନା କରିବାକୁ ଆଗ୍ରହୀ ନୁହେଁ। ଏଥି ସହିତ କିମ ଜୋଙ୍ଗ ଉନ କହିଛନ୍ତି ଯେ ଆମେରିକା ଏବଂ ଏହାର କୁକୁରମାନଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ଆମେ ଅନୁଭବ କରୁନାହୁଁ। ଆମେ ଅଧିକ ଆକ୍ରମଣାତ୍ମକ ଢଙ୍ଗରେ ପ୍ରତିଶୋଧ ପରାୟଣତାର ପଦ୍ଧତି ଜାରି ରଖିବୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login