ଭଦ୍ରକ : ଚରମ୍ଫା ଡଗରସାହି ନିକଟରେ କିନ୍ନରଙ୍କୁ ଆକ୍ରମଣ । ପ୍ରଦିବାଦରେ ଟାଉନ ଥାନା ଆଗରେ କିନ୍ନରଙ୍କ ହୋହଲ୍ଲା । ଥାନା ପରିସର ଘେରାଉ ସହ ନାରାବାଜି କରୁଛନ୍ତି କିନ୍ନର । ଅନ୍ୟ ଏକ କିନ୍ନର ଗୋଷ୍ଠୀ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ । ସୂଚନା ଅନୁସାରେ ଗତ କିଛି ଦିନ ହେବ ଚରମ୍ପା ଅଂଚଳରେ ରହୁଥିବା ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିଥିଲା । ଏହାକୁ ନେଇ ଦୁଇ ଗୋଷ୍ଠୀ ଭିନ୍ନ ଭିନ୍ନ ଭାବେ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିଲା ବେଳେ ଆଜି ସକାଳୁ ଗୋଟିଏ ଗୋଷ୍ଟୀର କେତେକ ସଦସ୍ୟଙ୍କ ଉପରେ ହଠାତ ଅତର୍କିତ ଭାବେ ଅନ୍ୟ ଏକ କିନ୍ନର ଗୋଷ୍ଠିର ସଦସ୍ୟ ଆକ୍ରମଣ କରିଥିଲେ । ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । କେତେକଙ୍କ ଚୁଟି ବି ଜୋର ଜବରଦସ୍ତ କାଟି ଦେଇଛନ୍ତି ।
Views: 89











