ଭୁବନେଶ୍ୱର : ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ ସହ ସଫେଇ ଦେଲା କିଟ୍ । ତଦନ୍ତ ପରେ ୨ ସିକ୍ୟୁରିଟି ଗାର୍ଡଙ୍କୁ ତୁରନ୍ତ ବହିଷ୍କାର କରାଯାଇଛି । ହ ଷ୍ଟେଲ ଦାୟିତ୍ୱରେ ଥିବା ୨ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । କ୍ୟାମ୍ପସରୁ ଯାଇଥିବା ପିଲାଙ୍କୁ ତୁରନ୍ତ ହଷ୍ଟେଲକୁ ଅଣାଯାଇଛି । ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ, ଏଥିପାଇଂ କିଟ୍ ଦୁଃଖିତ ବୋଲି କହିଛି । ହା ବ୍ୟତୀତ ଦୁଇଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ କିଟ୍ ଇଣ୍ଟରନ୍ୟାସ୍ନାଲ୍ କାର୍ୟ୍ୟାଳୟର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇ ସେମାନଙ୍କ ବିରୋଧରେ ତଦନ୍ତ କମିଟି ବସାଯାଇଛି । ଏହି ଘଟଣା ପରେ ଛାତ୍ରଛାତ୍ରୀମାନେ କ୍ୟାମ୍ପସକୁ ଫେରିଛନ୍ତି । ଅନ୍ୟ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସକୁ ଫେରାଇ ଆଣିବା ପାଇଁ କର୍ତ୍ତୃପକ୍ଷ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହି ଘଟଣାରେ ସଂପୃକ୍ତ ଦୁଇ ପ୍ରଶାସନିକ ଅଧିକାରୀ କ୍ଷମା ପ୍ରାର୍ଥନା କରିଛନ୍ତି ।
ସୂଚନା ଯୋଗ୍ୟ ଯେ କିଟ କ୍ୟାମ୍ପସକୁ ନେପାଳୀ ଛାତ୍ର ଫେରିଆସିବା ପାଇଁ କଣ୍ଟ୍ରୋଲ ରୁମ ଖୋଲା ଯାଇଛି । ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କିଟର ୬ନଂ କ୍ୟାମ୍ପସରେ ଖୋଲାଯାଇଛି । କୌଣସି ସୂଚନା ଓ ପରାମର୍ଶ ପାଇଁ ଦୁଇଟି ଫୋନ ନଂ ଜାରି କରାଯାଇଛି । ୭୮୪୭୦୬୪୫୫୦ ଓ ୭୮୫୫୦୨୯୩୨୨ ନଂ ମାଧ୍ୟମରେ ପରାମର୍ଶ ପ୍ରଦାନ କରାଯିବ । ସମସ୍ତ ନେପାଳୀ ଛାତ୍ର ଏଥିରେ ପରାମର୍ଶ ନେବାକୁ କୁହାଯାଇଛି । କିଟ ସମସ୍ତ ଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କୁହାଯାଇଛି ।
କିଟ୍ ଛାତ୍ରୀ ମୃତ୍ୟୁ ମାମଲା ; ଦୁଃଖ ପ୍ରକାଶ କଲା କିଟ୍
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











