ନୂଆଦିଲ୍ଲୀ: ଡେନମାର୍କର ରାଣୀ ମାଗ୍ରରେଥ ଦ୍ୱିତୀୟ ୫୨ ଧରି କରିଥିଲେ ରାଜ । ବର୍ତ୍ତମାନ ସେ ଚର୍ଚ୍ଚାରେ ରହିଛନ୍ତି । କାରଣ ସେ ପଦ ଛାଡିବା ନେଇ ଘୋଷଣା କରିଛନ୍ତି । ୨୦୧୪ ଜାନୁଆରୀରେ ୧୪ରେ ସେ ପଦ ଛାଡିବେ । ତାଙ୍କ ସ୍ଥାନରେ ତାଙ୍କ ପୁଅ କ୍ରାଉନ ପ୍ରିନ୍ସ ଫ୍ରେଡରିକ ରାଜା ହେବେ । ରାଣୀ ମାଗ୍ରରେଥ ନିଜ ପିତା ଫ୍ରେଡରିକ-୯ ୧୯୭୨ରେ ମୃତ୍ୟୁ ବରଣ କରିବା ପରେ ପଦ ଅଳଙ୍କୃତ କରିଥିଲେ । ରାଣୀ ମାଗ୍ରରେଥ ଙ୍କର ସର୍ଜରୀ ପରେ ଏହି ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି କି , ଆଗାମୀ ପିଢିଙ୍କ ଭାର ଛାଡିବାର ସମୟ ଆସିଗଲାଣି । ଏଥିପାଇଁ ମୁଁ ଏ ନିଷ୍ପତ୍ତି ନେଲି । ଡେନିସ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି ରାଣୀ ମାଗ୍ରରେଥ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକସେନ ରାଣୀ ମାଗ୍ରରେଥଙ୍କୁ ତାଙ୍କ ସେବା ପାଇଁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ମହାମହିମ ମହାରାଣୀଙ୍କୁ ଆଜୀବନ ସମର୍ପଣ ଏବଂ ସେବା ପାଇଁ ଧନ୍ୟବାଦ ଜଣାଛନ୍ତି । ସେପ୍ଟେମ୍ବର ୨୦୨୨ରେ ବ୍ରିଟେନର ମହାରାଣୀ ଏଲିଜାବେଥଙ୍କର ଦେହାନ୍ତ ପରେ ୟୁରୋପରେ ସବୁଠୁ ଲମ୍ବା ସମୟ ଧରି ଶାସନ କରିଥିଲେ ଡେନମାର୍କ ମହାରାଣୀ ମାଗ୍ରରେଥ ।
କାହିଁକି ଅଚାନକ ପଦ ଛାଡିଲେ ଡେନମାର୍କର ରାଣୀ ମାଗ୍ରରେଥ?
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











