The Ultimate Managed Hosting Platform
ADVERTISEMENT

କାଳିଆ ପଢିଆରୀ ହତ୍ୟା ଘଟଣାରେ ଆଉ ୪ ଅଭିଯୁକ୍ତ ଗିରଫ

Facebook
Twitter
LinkedIn

ପୁରୀ : କାଳିଆ ପଢିଆରୀ ହତ୍ୟା ଘଟଣାରେ ବଢିଲା ଗିରଫ ସଂଖ୍ୟା । ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୁରୀ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ହରି ପଣ୍ଡା, କୁନମୁନ ସୁଆର ଏବଂ ଟୁଟୁ ମହାପାତ୍ର ।

ସୂଚନା ଅନୁଯାୟୀ, ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ଗିରଫ ହୋଇଥିବା ଟୁଟୁ ମହାପାତ୍ର ନାଁରେ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ଅନେକ ଅପରାଧିକ ମାମଲା । ବ୍ରହ୍ମପୁର ଚିକେନ ରବି ହତ୍ୟା ଘଟଣାର ମୁଖ୍ୟ ଆସାମୀ ଟୁଟୁ ମହାପାତ୍ର । କାଳିଆ ପଢ଼ିଆରୀ ହତ୍ୟା ଘଟଣାରେ ପୁରୀ ପୋଲିସ ଆଉ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ତିନିଜଣଙ୍କ ନାମ ଏତଲାରେ ରହିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତମାନଙ୍କୁ ଫେରାର କରାଇବାରେ ଓ ସେମାନଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ଅଟକ ରଖାଯାଇଛି। କାଳିଆ ପଢ଼ିଆରୀକୁ ଟୁଟୁ ମହାପାତ୍ର, କୁନମୁନି ସୁଆର, ହରି ପଣ୍ଡା ହତ୍ୟା କରିଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ପୁରୀ ସଦର ଥାନା ଅନ୍ତର୍ଗତ ଆମ୍ବପଡା ଗାଁର ଜଗନ ଖଟେଇ ବୋଲି ଜଣାପଡିଛି । ସେପଟେ ଗତକାଲି ପୋଲିସ କାଳିଆ ସିଂହାରୀ ଓ ତାଙ୍କ ପୁଅ ଦୋଳଗୋବିନ୍ଦ ସିଂହାରୀ, କାଳୁ ପାଣିଗ୍ରାହୀ, ବାବା ମହାପାତ୍ର, ମୁନା ପାତ୍ର ଓ ସନ୍ଦୀପ ଜେନାଙ୍କୁ ଗିରଫ କରିଥିଲା। କାଳିଆକୁ ଫାୟାରିଂ ସମୟରେ ବାବା ମହାପାତ୍ର ସମେତ କୁନମୁନି ସୁଆର, ଟୁଟୁ ମହାପାତ୍ର ଓ ହରି ପଣ୍ଡା ଉପସ୍ଥିତ ଥିବା ଏତଲାରେ ଉଲ୍ଲେଖ ରହିଛି। ତେଣୁ ଏହି ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଗତକାଲି ପୋଲିସ କେବଳ ବାବା ମହାପାତ୍ରକୁ ଗିରଫ କରିଥିବା ବେଳେ ଅନ୍ୟ ୩ଜଣ କୁନମୁନି, ଟୁଟୁ ଓ ହରି ପଣ୍ଡା ଫେରାର ଥିଲେ। ଏହି ଘଟଣାରେ ସୋମବାର ୬ ଜଣଙ୍କୁ ମିଶାଇ ଗିରଫ ସଂଖ୍ୟା ୧୦ରେ ପହଞ୍ଚିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ । ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି ।...

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟ : ଗୁଜୁରାଟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ସବୁ ମନ୍ତ୍ରୀଙ୍କ ଇସ୍ତଫା । ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ । ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ସ୍କର୍ପିଓ-ଟ୍ରେଲର ମୁହାଁମୁହିଁ ଧକ୍କା ; ୪ ଜଣଙ୍କର ଚାଲିଗଲା ଜୀବନ

ରାଜସ୍ଥାନ : ରାଜସ୍ଥାନର ବାଲୋତ୍ରାର ସିନ୍ଦାରି ଥାନା ସୀମା ଅନ୍ତର୍ଗତ ସଦା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।...

Login