ନୂଆଦିଲ୍ଲୀ : ଆସନ୍ତାକାଲି ଦେଶବ୍ୟାପୀ ଡାକ୍ତରଙ୍କ ଧର୍ମଘଟ । କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବନ୍ଦ ଡାକରା ଦେଇଛି ଭାରତୀୟ ମେଡିକାଲ ସଂଘ । ଜରୁରୀକାଳୀନ ସେବାକୁ ଛାଡ଼ି ସମସ୍ତ ଓପିଡି ବନ୍ଦ ରହିବ । କାଲି ସକାଳ ୬ଟାରୁ ରବିବାର ସକାଳ ୬ଟା ଯାଏଁ ଓପିଡି ବନ୍ଦ ରଖିବାକୁ ଚେତାବନୀ ଦେଇଛି ଆଇଏମଏ । ଏପଟେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳୁଛି ଏସୟୁସିଆଇ । ବୁଧବାର ରାତିରେ କଲେଜରେ ଭଙ୍ଗାରୁଜା ଓ ଡାକ୍ତରଙ୍କୁ ମାଡ଼ ମାରିବା ପ୍ରତିବାଦରେ ଧର୍ମଘଟ କରାଯାଉଛି । ବନ୍ଦ ପାଳନ ସମୟରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିଛି । ତେବେ ମେଟ୍ରୋ ଚଳାଚଳ ପ୍ରଭାବିତ ହୋଇଛି । କଲେଜରେ ଭଙ୍ଗାରୁଜା ଘଟଣାରେ ୪୦ରୁ ୫୦ ଜଣ ସଂପୃକ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ଦୋଷୀଙ୍କୁ ଫାଶୀ ଦିଆଯିବା ଉଚିତ ବୋଲି କହିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
Views: 45