ଭୁବନେଶ୍ୱର : ପରିବାରେ ଆଉ ହାତ ମାରି ହେଉନି । ଦର ଆକାଶ ଛୁଆଁ ହୋଇଥିବା ବେଳେ ଚିନ୍ତାରେ ଗ୍ରାହକ । କାର୍ତ୍ତିକ ମାସ ପ୍ରଥମ ଦିନରେ ପନିପରିବା ଦର ଏବେ ଆକାଶ ଛୁଆଁ । ତେବେ ଏହାରି ଭିତରେ ବଢୁଥିବା କଞ୍ଚା ପନିପରିବାର ଦର ବୃଦ୍ଧି ଖାଉଟିଙ୍କ ଚିନ୍ତାକୁ ଦ୍ଵି-ଗୁଣିତ କରିଛି । କଟକ ଛତ୍ର ବଜାର ଅର୍ବାନ ହାଟରେ ପନିପରିବା ଦର କିଲୋ ପ୍ରତି ୫୦ଟଙ୍କାରୁ ଶହେ ଟଙ୍କା ରହିଛି । ଏହାର ପ୍ରଭାବ ଖାଉଟିଙ୍କ ଉପରେ ପଡୁଛି। ବର୍ତ୍ତମାନ ଘରେ ଆମିଷ ରୋଷେଇ ବନ୍ଦ ପରେ ସବୁଜ ପନିପରିବାର ଉଚ୍ଚା ଦରକୁ ଚିନ୍ତାରେ ବର୍ତ୍ତମାନ ଗ୍ରାହକ । ଅନ୍ୟପଟେ ଗତକିଛି ଦିନ ଧରି ଲଗାଣ ବର୍ଷାରେ ପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇନଥିଲେ ବି ଗଛ ଆଉ ବଢିବ କି ନାହିଁ ତାହା ସନ୍ଦେହରେ । ବର୍ଷା ମାଡରେ ଧୋଇଯାଇଛି ସବୁଜ ଫସଲ । ବିଲରେ ପାଣି ଜମି ପଚିଯାଇଛି ଗଛ ଫଳ ଧରିବ କି ନାହିଁ, ଚିନ୍ତାରେ ପଡିଯାଇଛି ଚାଷୀ ।
Views: 28