ଆନନ୍ଦପୁର : ରାସ୍ତା ଡିଭାଇଡରରେ ପିଟି ହୋଇ ଓଲଟିଲା କାର । କାରରେ ଥିବା ଜଣେ ମୃତ , ଅନ୍ୟ ଜଣେ ଗୁରୁତର କଟକ ସ୍ଥାନାନ୍ତର । ହସନପୁର ଟୋଲ ଗେଟ ନିକଟ ଡିଭାଇଡରରେ ପିଟିହେଲା । ମୃତକ ସ୍ଥାନୀୟ ଘଟଗାଁ ଅଞ୍ଚଳର ହୋଇଥିବା ବେଳେ ପାରାଦୀପରୁ ଫେରୁଥିଲେ ।
ସୂଚନା ଅନୁସାରେ ଘଟଗାଁ ଅଞ୍ଚଳର ଅଜୟ ସାହୁ ବିଳମ୍ବିତ ରାତିରେ ଜଣେ ସାଙ୍ଗଙ୍କୁ ଧରି କାରରେ ପାରାଦ୍ୱୀପରୁ ଘଟଗାଁ ଫେରୁଥିବା ସମୟରେ ଅସାବଧାନା ବଶତଃ କାରଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ସମୟରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିବା ପରେ ଡାକ୍ତର ଅଜୟ ସାହୁଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ କାରକୁ ଜବତ କରି ଘଟଣାର ତଦନ୍ତ କରୁଛି ।
Views: 78











