ବିଶାଖାପାଟଣା : ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ବଡ଼ ଅଘଟଣ । ବରାହଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିରରେ ଭୁଶୁଡିଲା କାନ୍ଥ । ଚନ୍ଦନ ଉତ୍ସବ ଚାଲିଥିବା ବେଳେ କାନ୍ଥ ଭୁଶୁଡି ୮ ଜଣଙ୍କ ମୃତ୍ୟୁ ହୋଇଛି । ସୀମାଞ୍ଚଳମ ସ୍ଥିତ ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ ଚନ୍ଦନୋତ୍ସବ କାର୍ୟ୍ୟକ୍ରମ ଚାଲିଥିଲା ।
ଏହି ସମୟରେ, ମନ୍ଦିରର ୨୦ ଫୁଟ ଲମ୍ବା ଅଂଶ ଭୁଶୁଡ଼ି ପଡ଼ିଲା । ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଏନଡିଆରଏଫ ଏବଂ ଏସଡିଆରଏଫ ଉପସ୍ଥିତ ରହି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ୨୦ ଫୁଟ ଲମ୍ବର କାନ୍ଥ କେମିତି ଭୁଶୁଡିଲା ତାହା ଜଣାପଡି ନାହିଁ ।
Views: 30