The Ultimate Managed Hosting Platform
ADVERTISEMENT

କାନାଡା ପାଇଁ ଭିସା ସେବା ସ୍ଥଗିତ, ଦେଶକୁ ଆସି ପାରିବେ ନାହିଁ କାନାଡାର ନାଗରିକ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତ ଓ କାନାଡା ମଧ୍ୟରେ ବଢ଼ିଛି ତିକ୍ତତା । ପ୍ରଥମେ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ବର୍ତ୍ତମାନ ଭାରତ, କାନାଡା ନାଗରିକଙ୍କ ପାଇଁ ଭିସା ସେବାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସସ୍ପେଣ୍ଡ କରିଦେଇଛି। ଭାରତ ତରଫରୁ ଏହା ଏ ପର୍ୟ୍ୟନ୍ତର ସବୁଠାରୁ ବଡ଼ ପଦକ୍ଷେପ। କାନାଡା ପ୍ରଧାନମନ୍ତ୍ରୀ ଖଲିସ୍ତାନ ସମର୍ଥକ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ଅଭିଯୋଗ ଭାରତ ଉପରେ ଲଗାଇବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଥିଲା। ରିପୋର୍ଟ ମୁତାବକ, ଭିସା ସେବାକୁ ସ୍ଥଗିତ ରଖିବା ନେଇ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ। କିନ୍ତୁ କାନାଡାରେ ଭିସା ଆବେଦନ କେନ୍ଦ୍ର ଚଳାଉଥିବା ବିଏଲ୍ଏସ୍ ଇଣ୍ଟରନ୍ୟାସନାଲ୍ ଏ ସମ୍ବନ୍ଧରେ ନିଜର କାନାଡୀୟ ୱେବସାଇଟରେ ଏକ ମେସେଜ୍ ପୋଷ୍ଟ କରିଛି। ମେସେଜ୍ରେ ଲେଖାଯାଇଛି, ‘ଭାରତୀୟ ମିଶନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା: ପରିଚାଳନାଗତ କାରଣରୁ ଗୁରୁବାର (୨୦୨୩ ସେପ୍ଟେମ୍ବର ୨୧)ଠାରୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ୟ୍ୟନ୍ତ ଭାରତୀୟ ଭିସା ସେବାକୁ ସ୍ଥଗିତ ରଖାଯାଇଛି’। କାନାଡାରୁ ଭାରତ ଆସୁଥିବା କାନାଡୀୟ ନାଗରିକମାନଙ୍କ ପାଇଁ ଭିସା ସେବା ନିଲମ୍ବିତ କରାଯାଇଛି। ଆଜିଠାରୁ କାନାଡାରୁ କେହି ନାଗରିକ ଭାରତ ଆସିପାରିବେ ନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login