The Ultimate Managed Hosting Platform
ADVERTISEMENT

କଲେଜ ପିଲାଙ୍କୁ ମାଗଣା ଓ୍ବାଇ ଫାଇ

Facebook
Twitter
LinkedIn

ଭୁବନେଶ୍ୱର : ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ସବୁ କଲେଜ, ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଓ୍ବାଇଫାଇ ଓ ଓ୍ବାନ ଜିବି ଡାଟା। ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ମାଗଣା ଓ୍ବାନ ଜିବି ଡାଟା ଯୋଗାଇବା ପାଇଁ ଇଲୋକ୍ଟ୍ରୋନିକ୍ସ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ କାର୍ୟ୍ୟ କରିବ। ସେହିପରି ପଛୁଆ ବ୍ଲକରେ ବିଜ୍ଞାନ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଯୋଜନା କରୁଛନ୍ତି ରାଜ୍ୟ ସରକାର।
୨୦୦୦ ମସିହାରେ ରାଜ୍ୟରେ ମାତ୍ର ୫୪୮ ଯୁକ୍ତ ତିନି କଲେଜ ଥିଲା, ଏବେ ଏହା ୧୦୨୪ରେ ପହଞ୍ଚିଛି। ସେହିପରି ବିଶ୍ଵବିଦ୍ୟାଳୟ ୬ରୁ ୨୫ରେ ପହଞ୍ଚିଛି। ୨୦୦୦ ମସିହାରେ ୩.୨ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ତିନିରେ ନାଁ ଲେଖାଇ ଥିବା ବେଳେ ୨୦୨୩ରେ ଏହା ୬.୫ ଲକ୍ଷ ହୋଇଛି। ଖୁବ ଶୀଘ୍ର ଷ୍ଟୁଡେଣ୍ଟ ସ୍ପୋର୍ଟସ ପଲିସି ଓ ଷ୍ଟୁଡେଣ୍ଟ ଷ୍ଟାର୍ଟ ଅପ ନୀତି ଆରମ୍ଭ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login