The Ultimate Managed Hosting Platform
ADVERTISEMENT

କର୍ପୋରେଟର ପ୍ରାର୍ଥୀଙ୍କୁ ଦାଦା ବଟି ମାଗିବା ଅଭିଯୋଗରେ ଯୁବକଙ୍କୁ ବାନ୍ଧିଲା ପୋଲିସ

Facebook
Twitter
LinkedIn

ଭୁବନେଶ୍ୱର : ଦାଦାବଟି ମାଗି ୨ ଯୁବକ ଗିରଫ । କର୍ପୋରେଟର ପ୍ରାର୍ଥୀଙ୍କୁ ବଟି ମାଗିବା ଅଭିଯୋଗରେ ଯୁବକଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ । ଗିରଫ ୨ ଅଭିଯୁକ୍ତ ହେଲେ ସୋମନାଥ ହାତୀ ଓ ଲିଟୁନା ସ୍ୱାଇଁ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ଏବେ ପୌର ନିର୍ବାଚନର ମାହୋଲ । ନିଜ ନିଜ ଅଞ୍ଚଳରେ ବିଜୟୀ ହେବା ପାଇଁ ପ୍ରାର୍ଥୀମାନେ ଜୋରଦାରରେ ଲାଗିପଡିଛନ୍ତି । କିନ୍ତୁ ଏସବୁ ଭିତରେ ଆସିଛି ଏକ ଖବର । ଭୁବନେଶ୍ୱର ୫୫ ନମ୍ବରର ବିଜେଡି କର୍ପୋରେଟର ପ୍ରାର୍ଥୀ ନୃପେଶ ନାୟକଙ୍କୁ କିଛି ଯୁବକ ଦାଦା ବଟି ମାଗିଥିଲେ । ଏନେଇ ନୃପେଶ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଲିଙ୍ଗରାଜ ଥାନା ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ୨ଜଣଙ୍କ ନାମ ସୋମନାଥ ହାତୀ ଓ ଲିଟୁନା ସ୍ୱାଇଁ ବୋଲି ସୂଚନା ମିଳିଛି । ଏହାସହିତ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ପୋଲିସ ଛାନ୍‌ଭିନ୍ କରୁଛି ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୋଲିସ SI ନିଯୁକ୍ତି କେଳେଙ୍କାରୀ ; ସାଇଣ୍ଟିଫିକ ଲ୍ୟାବ ଗଲା ଜବତ ୧୧୦ ମୋବାଇଲ

ପୋଲିସ SI ନିଯୁକ୍ତି କେଳେଙ୍କାରୀ ; ସାଇଣ୍ଟିଫିକ ଲ୍ୟାବ ଗଲା ଜବତ ୧୧୦ ମୋବାଇଲ

ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୦ ଆଶାୟୀଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଫୋନର ଫୋରେନସିକ ପରୀକ୍ଷା ପାଇଁ ପଠାଯାଇଛି। ଷ୍ଟେଟ୍...

Login