ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ଦେଖିବାକୁ ମିଳିଛି । କଂଗ୍ରେସକୁ ବିଜୟ ମିଳିବା ପରେ ରାହୁଲ ଗାନ୍ଧିଙ୍କ ବୟାନ ସାମ୍ନାକୁ ଆସିଛି । ବିଜୟକୁ ନେଇ ରାହୁଲ ଖୁସି ରହିଥିବା ବେଳେ ଏହାର ଶ୍ରେୟ କର୍ଣ୍ଣାଟକ ଜନତା ଏବଂ ଦଳର କାର୍ୟ୍ୟକର୍ତ୍ତାକୁ ଦେଇଛନ୍ତି । ରାହୁଲ ଟ୍ଵିଟ୍ କରିଛନ୍ତି, କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇଯାଇଛି, ପ୍ରେମର ଦୋକାନ ଖୋଲାଅଛି । ପ୍ରଥମେ ଏହା କର୍ଣ୍ଣାଟକର ଲୋକଙ୍କ ବିଜୟ। ନିର୍ବାଚନ ବେଳେ ମୁଁ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ୫ଟି ପ୍ରତିଶ୍ରୁତି ଦେଇଥିଲୁ। ତେବେ ପ୍ରଥମ କ୍ୟାବିନେଟରେ ପ୍ରଥମ ଦିନରେ ୫ ଟି ପ୍ରତିଶ୍ରୁତି ପୂରଣ କରିବ କଂଗ୍ରେସ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ କହିଛନ୍ତି ଯେ, ବିଜେପି ସରକାର ଏହାର କାର୍ୟ୍ୟକାଳରେ ଅନେକ ଖରାପ କାମ କରିଛି ସେଥିପାଇଁ କର୍ଣ୍ଣାଟକର ଲୋକମାନେ ଆମକୁ ଭୋଟ୍ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏତେ ପ୍ରଚାର ପରେ ମଧ୍ୟ ଲୋକମାନେ କଂଗ୍ରେସକୁ ଭୋଟ୍ ଦେଇଛନ୍ତି। ଲୋକମାନେ ଆମର ପାଞ୍ଚଟି ପ୍ରତିଶ୍ରୁତି ଉପରେ ବିଶ୍ୱାସ କରିଛନ୍ତି।
କର୍ଣ୍ଣାଟକରେ ବିପୁଳ ବିଜୟ ପରେ ପ୍ରତିକ୍ରିୟା ରଖିଲେ ରାହୁଲ ଗାନ୍ଧି , କହିଲେ କର୍ଣ୍ଣାଟକରେ ଏବେ ଘୃଣାର ବଜାର ବନ୍ଦ

Facebook
Twitter
LinkedIn
Facebook
Twitter
LinkedIn
Recent News
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯
ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ
ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...